ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା କେନାଲ

ଜଗନ୍ନାଥ ଧଳ
କେନ୍ଦ୍ରାପଡ଼ା ଅଫିସ, ୧୭ା୫: ୧୮୬୬-୬୭ ମସିହାର ନଅଙ୍କ ଦୁର୍ଭିକ୍ଷର ପ୍ରତିକାର ପାଇଁ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇଥିଲା। କ୍ଷେତକୁ ପାଣି ସହିତ ପଣ୍ୟ ପରିବହନ ଓ ସ୍ଥାନୀୟ ଅଞ୍ଚଳର ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା। ରାଜ୍ୟର ଏହି ପୁରାତନ କେନାଲ ପୂର୍ବରୁ ସୁନାବ୍ୟା ଥିବାବେଳେ ଏବେ କ୍ଷେତ ପାଇଁ ଜଳଯୋଗାଣକୁ ଅସମର୍ଥ ହୋଇପଡ଼ିଛି। ଏକସଙ୍ଗେ ୩ରୁ ୪ଟି ପଣ୍ୟବାହୀ ଡଙ୍ଗା ଆତଯାତ କରୁଥିବା କେନାଲ ସମ୍ପ୍ରତି ମାତ୍ର ୭ ମିଟର ଚଉଡ଼ାରେ ସୀମିତ ରହିଛି। ଏହା ଅଳିଆ ଗଦାରେ ପରିଣତ ହୋଇ ମଶାମାଛିଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି।
ଜଳାଭାବ ଯୋଗୁ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡ଼ା ବ୍ଲକ ଭରତପୁର ଗ୍ରାମର ଚିତ୍ତରଞ୍ଜନ ଦାସ କହିଛନ୍ତି, ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳାଯାଇଥିଲା। କଟକ ମହାନଦୀ ବ୍ୟାରେଜରୁ ବାହାରିଥିବା ୨୪୧ କିଲୋମିଟର ଲମ୍ବ କେନାଲରେ ୧୮୬୯ ମେ’ ୨୯ରେ ପ୍ରଥମ ଥର ପାଇଁ ପାଣି ଆସିଥିଲା। ଏହା ମାଧ୍ୟମରେ ଆସୁଥିବା ପାଣି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ କେନାଲ ମାଧ୍ୟମରେ ଛଡ଼ାଯାଇ ୧୧,୯୩୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ଏହାର ଜଳ ଗୋବରୀ କେନାଲ, ସମ୍ପ୍ରସାରିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଅଞ୍ଚଳର ପ୍ରାୟ ୨୯ ହଜାର ହେକ୍ଟର କ୍ଷେତକୁ ସେଚନ କରାଯାଉଥିଲା। ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ସ୍ବତ୍ୱବାନ ଚାଷୀଙ୍କଠାରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି। ସହରର ୮୦ ବର୍ଷୀୟ ବୃଦ୍ଧ ସେକ୍‌ ମୁସା କହିଛନ୍ତି, କ୍ଷେତକୁ ପାଣି ସହ ଏହି କେନାଲ ମାଧ୍ୟମରେ ପଣ୍ୟ ଦ୍ରବ୍ୟ ପରିବହନ ହେଉଥିଲା। ଏପରି କି ୧୯୩୦-୩୧ ମସିହାରେ ଲକ୍‌ ମାଧ୍ୟମରେ ଆଦାୟ ରାଜସ୍ବ ୮୫ ହଜାର ଟଙ୍କାରୁ ଅଧିକ ଥିବା ରେକର୍ଡ ଦର୍ଶାଉଛି। ଏହି ଜଳପଥ ଦେଇ ବାରବାଟୀରୁ ପଥର ନିଆଯାଇ ଫଲ୍‌ସ ପଏଣ୍ଟଠାରେ ବତୀଘର ନିର୍ମାଣ କରାଯାଇଥିଲା। ନୌବାଣିଜ୍ୟ ଓ ଜଳସେଚନ ପାଇଁ ଖୋଳାଯାଇଥିବା ଉକ୍ତ କେନାଲ ବର୍ତ୍ତମାନ ଚାଷ କାର୍ଯ୍ୟ ଲାଗି କ୍ଷେତକୁ ପାଣି ଯୋଗାଇ ପାରୁନାହଁି। କେନ୍ଦ୍ରାପଡ଼ା ବ୍ଲକ ଆୟବା ବାସିନ୍ଦା ବୀରେନ୍ଦ୍ର କୁମାର ଦାସ କହିଛନ୍ତି, କେନାଲ କଡ଼ରେ ଜବରଦଖଲ ବଢ଼ିଚାଲିଛି। ଏହା ଉପରେ କେତେଜଣ ବ୍ୟକ୍ତି ଘର ନିର୍ମାଣ କରି ଜଳପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ସହରର ଅଳିଆ ଆବର୍ଜନା, ପାଇଖାନା ପାଇପ୍‌ ଓ ପ୍ଲାଷ୍ଟିକ କେନାଲରେ ଛଡ଼ାଯାଉଥିବାବେଳେ ବିଲାତି ଦଳ ବଡ଼ ସମସ୍ୟା ହୋଇଛି। କେନାଲର ଦାନପୁର, କାକଟ ଲକ୍‌ଠାରୁ ଗର୍ଣ୍ଣାକିଆ ଲକ୍‌ ଆଦି ପ୍ରାୟ ୫୦ କିଲୋମିଟର ଦୈର୍ଘ୍ୟ ଅଞ୍ଚଳରେ ବିଲାତି ଦଳ ଭର୍ତ୍ତି ହୋଇଛି। ପୂର୍ବରୁ କେନ୍ଦ୍ରାପଡ଼ା ସହର ସହ ବ୍ଲକ ଅଞ୍ଚଳର ପ୍ରାୟ ୫୦ରୁ ଅଧିକ ଗ୍ରାମର ବାସିନ୍ଦା ନିତ୍ୟକର୍ମରେ ଏହି ଜଳକୁ ବ୍ୟବହାର କରୁଥିଲେ। ଏବେ କେନାଲ ପାଣି ଯୋଗୁ ଚର୍ମରୋଗ ବ୍ୟାପୁଛି। ପ୍ରତିବର୍ଷ ସଫେଇ ନାମରେ ଜଳ ସମ୍ପଦ ବିଭାଗ ଅର୍ଥ ହରିଲୁଟ୍‌ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ସହରର ମନୋଜ କୁମାର ସିଂହ କହିଛନ୍ତି, କେନାଲ ଖୋଳା ସମୟରେ ଚଉଡ଼ା ପ୍ରାୟ ୧୪୦ ମିଟର ଥିଲା। ଏବେ ସହରର କାକଟ ଲକ୍‌ଠାରୁ ୩ କିଲୋମିଟର ପର୍ଯ୍ୟନ୍ତ ମାତ୍ର ୭ ମିଟର ଚଉଡ଼ା ରହିଛି। ଉଭୟ ପଟରେ ସିମେଣ୍ଟ ପ୍ରାଚୀର ନିର୍ମାଣ ହେଉଥିବାରୁ ଜଳ ପ୍ରବାହ କମିବ। ଫଳରେ କ୍ଷେତର ତଳମୁଣ୍ଡକୁ ପାଣି ନ ଯିବା ଆଶଙ୍କା ଉପୁଜିଛି। କେନାଲରେ ଅଳିଆ ଆବର୍ଜନା ଓ ଦଳ ଭର୍ତ୍ତି ହେଉଥିବାରୁ ଦିନେ ଲୋକଙ୍କୁ ଆହାର ଯୋଗାଇବାର ମାଧ୍ୟମ ପାଲଟିଥିବା ପୁରାତନ କେନାଲ ଅସ୍ତିତ୍ୱ ହରାଇବାକୁୁ ବସିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ସଡ଼କ ଯୋଗାଯୋଗ ପଥ ଉନ୍ନତ ହେବା ପରେ ନୌବାଣିଜ୍ୟ ପାଇଁ କେନାଲ ଉପଯୋଗୀ ହୋଇ ରହିନାହିଁ। ଜଳସେଚନ ପାଇଁ ଏହାର ଉନ୍ନତୀକରଣ ଚାଲିଛି। କେନାଲ ପଥକୁ ସୁଗମ କରାଯାଇ ଚାଷୀଙ୍କୁ ଜଳ ଯୋଗାଣ ହେଉଛି। କେତେକ ସ୍ଥାନରେ ମାଛ ଚାଷ ପାଇଁ ଆଡ଼ିବନ୍ଧ କରାଯାଇଥିବାରୁ ଆନ୍ଦୋଳନ ହୋଇଥିଲା। ସେହି ଆଡ଼ିବନ୍ଧକୁ ହଟାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri