ଧାନ ଉତ୍ପାଦନରେ କେନ୍ଦ୍ରାପଡ଼ା ପଛୁଆ

କେନ୍ଦ୍ରାପଡ଼ା ଅଫିସ, ୩୦ା୭: କେନ୍ଦ୍ରାପଡ଼ା ଜିଲା କୃଷି ଅର୍ଥନୀତିରେ ପରିଚାଳିତ। ଧାନ ହେଉଛି ମୁଖ୍ୟ ଫସଲ। ତେବେ ୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଲାର ଦୁର୍ବଳ କୃଷିନୀତିକୁ ପଦାରେ ପକାଇଛି। ମୁଖ୍ୟ ଫସଲ ଧାନ ଏଠାରେ ହେକ୍ଟର ପିଛା ମାତ୍ର ୨୭.୩୪ କୁଇଣ୍ଟାଲ ଅମଳ ହେଉଛି। ସାରା ରାଜ୍ୟରେ ବୌଦ୍ଧ ଜିଲା ଧାନ ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ଥିବା ବେଳେ କେନ୍ଦ୍ରପଡ଼ା ପଛରେ ଯାଜପୁର ରହିଛି। କେନ୍ଦ୍ରାପଡ଼ା ଜିଲାରେ ସରକାରୀ ପ୍ରୋତ୍ସାହନ ଓ ଜଳ ପରିଚାଳନାକୁ ସ୍ଥାନୀୟ କୃଷକମାନେ ସମାଲୋଚନା କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ବୌଦ୍ଧ ଜିଲାରେ ହେକ୍ଟର ପିଛା ୫୩.୭୭ କୁଇଣ୍ଟାଲ ଖରିଫ ଧାନ ଉତ୍ପାଦନ ହୋଇଛି। ସୁବର୍ଣ୍ଣପୁର ଜିଲାରେ ୫୦.୭୭ କୁଇଣ୍ଟାଲ ଉପତ୍ାଦନ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଥିବା ଅନୁଗୋଳ ଜିଲାରେ ୪୭.୯୩ କୁଇଣ୍ଟାଲ ଅଛି। କେନ୍ଦ୍ରାପଡ଼ା ଜିଲାର ପଡୋଶୀ ଜଗତ୍‌ସିଂହପୁର ଜିଲାରେ ୩୬.୮୩ କୁଇଣ୍ଟାଲ, ଭଦ୍ରକ ଜିଲାରେ ୩୩.୧୨ କୁଇଣ୍ଟାଲ, କଟକ ଜିଲାରେ ୪୩.୬୮ କୁଇଣ୍ଟାଲ ଖରିଫ ଧାନ ଅମଳ ହୋଇଛି। ତେବେ କେନ୍ଦ୍ରାପଡ଼ା ଜିଲା ପଛରେ ଯାଜପୁର ଜିଲାରେ ଉତ୍ପାଦନ କମ ରହିଛି। ଏଠାରେ ହେକ୍ଟର ପିଛା ହାରାହାରି ୨୭.୨୦ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଛି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୂଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗଦୀଶ ପତି, ଚାଷୀ ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। ଖରିଫ ଧାନରେ ଜିଲାର ଅର୍ଥନୀତି ଚଳୁଛି। ଏହି ଜିଲାରେ ରାଜ୍ୟର ଦ୍ୱିତୀୟ ବୃହତମ ଜଳପଥ ଅଛି। ୭ ନଦୀ ସହ ୨୭ଟି ଶାଖା ନଦୀ ଓ କେନାଲ ଅଛି। ଏହାସତ୍ତ୍ୱେ କ୍ଷେତକୁ ଜଳ ପରିଚାଳନା ଏକ ମୁଖ୍ୟ ସମସ୍ୟା ହୋଇଛି। ବନ୍ୟା, ସାମୁଦ୍ରିକ ଝଡ ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ କୌଣସି ପ୍ରତିକାର ହେଉନାହିଁ। ସାମାନ୍ୟ ବନ୍ୟାରେ ଜିଲାର ୪୫୫ ଗ୍ରାମ ପାଣି ମଧ୍ୟରେ ମାସାଧିକକାଳ ରହୁଛି। ଏହି ଜିଲାର ୯ ବ୍ଲକ ମଧ୍ୟରୁ ୩ଟି ବ୍ଲକରେ ୩୫ ପ୍ରତିଶତ କେନାଲ ଜଳସେଚନ ବ୍ୟବସ୍ଥା ଅଛି। ତେବେ ଆବଶ୍ୟକ ସମୟରେ ଶେଷ ମୁଣ୍ଡରେ କେନାଲ ଜଳ ପହଞ୍ଚତ୍ ପାରୁନାହିଁ। ଏହା ବ୍ୟତୀତ ଆଳି, ରାଜନଗର ଓ ରାଜକନିକା ବ୍ଲକରେ ଆଦୌ କେନାଲ ନାହିଁ। ସେହିପରି ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ବର୍ଷା ପାଣିରେ କ୍ଷେତରୁ ଧାନ ଫସଲ ଉଧେଇ ପାରୁନାହିଁ। ଜଳ ପରିଚାଳନା ବ୍ୟତୀତ ଏହି ଜିଲାରେ ସରକାରୀ ପ୍ରୋତ୍ସାହନ ନଗଣ୍ୟ ହୋଇଛି। ବିହନ, ସାରଠାରୁ ଆରମ୍ଭ କରି ସରକାରୀ ରିହାତିରେ ଯନ୍ତ୍ରପାତି ଯୋଗାଣ, ତାଲିମ ଆଦି ଦେଖିବାକୁ ମିଳୁନାହିଁ। ସେହିପରି ବିଭିନ୍ନ ସ୍ଥାନରେ ଉଚ୍ଚା ଜମି ହେତୁ ମରୁଡି ହୋଇଯାଉଛି। ଏଠାରେ ଲୋକ ସମ୍ଭଳ ଅଛି। ବିନିଯୋଗ ପାଇଁ କୌଣସି ଯୋଜନା ନ ଥିବାରୁ ଜିଲା ବାହାରକୁ କର୍ମ ସଂସ୍ଥାନ ପାର୍ଇ ଯୁବବର୍ଗ ପଳାଇ ଯାଉଛନ୍ତି। ସରକାରୀ ମଣ୍ଡି ଅବ୍ୟବସ୍ଥା ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିର ଭରଣା ନ ପାଇବାରୁ ଧାନ ଫସଲ ଏବେ ଅର୍ଥକାରୀ ହୋଇ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରିପୋର୍ଟରେ ଉଲ୍ଲେଖ ତଥ୍ୟକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ତର୍ଜମା ହେବ। କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଯୋଜନାକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri