ଧାନ ଉତ୍ପାଦନରେ କେନ୍ଦ୍ରାପଡ଼ା ପଛୁଆ

କେନ୍ଦ୍ରାପଡ଼ା ଅଫିସ, ୩୦ା୭: କେନ୍ଦ୍ରାପଡ଼ା ଜିଲା କୃଷି ଅର୍ଥନୀତିରେ ପରିଚାଳିତ। ଧାନ ହେଉଛି ମୁଖ୍ୟ ଫସଲ। ତେବେ ୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଲାର ଦୁର୍ବଳ କୃଷିନୀତିକୁ ପଦାରେ ପକାଇଛି। ମୁଖ୍ୟ ଫସଲ ଧାନ ଏଠାରେ ହେକ୍ଟର ପିଛା ମାତ୍ର ୨୭.୩୪ କୁଇଣ୍ଟାଲ ଅମଳ ହେଉଛି। ସାରା ରାଜ୍ୟରେ ବୌଦ୍ଧ ଜିଲା ଧାନ ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ଥିବା ବେଳେ କେନ୍ଦ୍ରପଡ଼ା ପଛରେ ଯାଜପୁର ରହିଛି। କେନ୍ଦ୍ରାପଡ଼ା ଜିଲାରେ ସରକାରୀ ପ୍ରୋତ୍ସାହନ ଓ ଜଳ ପରିଚାଳନାକୁ ସ୍ଥାନୀୟ କୃଷକମାନେ ସମାଲୋଚନା କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ବୌଦ୍ଧ ଜିଲାରେ ହେକ୍ଟର ପିଛା ୫୩.୭୭ କୁଇଣ୍ଟାଲ ଖରିଫ ଧାନ ଉତ୍ପାଦନ ହୋଇଛି। ସୁବର୍ଣ୍ଣପୁର ଜିଲାରେ ୫୦.୭୭ କୁଇଣ୍ଟାଲ ଉପତ୍ାଦନ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଥିବା ଅନୁଗୋଳ ଜିଲାରେ ୪୭.୯୩ କୁଇଣ୍ଟାଲ ଅଛି। କେନ୍ଦ୍ରାପଡ଼ା ଜିଲାର ପଡୋଶୀ ଜଗତ୍‌ସିଂହପୁର ଜିଲାରେ ୩୬.୮୩ କୁଇଣ୍ଟାଲ, ଭଦ୍ରକ ଜିଲାରେ ୩୩.୧୨ କୁଇଣ୍ଟାଲ, କଟକ ଜିଲାରେ ୪୩.୬୮ କୁଇଣ୍ଟାଲ ଖରିଫ ଧାନ ଅମଳ ହୋଇଛି। ତେବେ କେନ୍ଦ୍ରାପଡ଼ା ଜିଲା ପଛରେ ଯାଜପୁର ଜିଲାରେ ଉତ୍ପାଦନ କମ ରହିଛି। ଏଠାରେ ହେକ୍ଟର ପିଛା ହାରାହାରି ୨୭.୨୦ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଛି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୂଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗଦୀଶ ପତି, ଚାଷୀ ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। ଖରିଫ ଧାନରେ ଜିଲାର ଅର୍ଥନୀତି ଚଳୁଛି। ଏହି ଜିଲାରେ ରାଜ୍ୟର ଦ୍ୱିତୀୟ ବୃହତମ ଜଳପଥ ଅଛି। ୭ ନଦୀ ସହ ୨୭ଟି ଶାଖା ନଦୀ ଓ କେନାଲ ଅଛି। ଏହାସତ୍ତ୍ୱେ କ୍ଷେତକୁ ଜଳ ପରିଚାଳନା ଏକ ମୁଖ୍ୟ ସମସ୍ୟା ହୋଇଛି। ବନ୍ୟା, ସାମୁଦ୍ରିକ ଝଡ ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ କୌଣସି ପ୍ରତିକାର ହେଉନାହିଁ। ସାମାନ୍ୟ ବନ୍ୟାରେ ଜିଲାର ୪୫୫ ଗ୍ରାମ ପାଣି ମଧ୍ୟରେ ମାସାଧିକକାଳ ରହୁଛି। ଏହି ଜିଲାର ୯ ବ୍ଲକ ମଧ୍ୟରୁ ୩ଟି ବ୍ଲକରେ ୩୫ ପ୍ରତିଶତ କେନାଲ ଜଳସେଚନ ବ୍ୟବସ୍ଥା ଅଛି। ତେବେ ଆବଶ୍ୟକ ସମୟରେ ଶେଷ ମୁଣ୍ଡରେ କେନାଲ ଜଳ ପହଞ୍ଚତ୍ ପାରୁନାହିଁ। ଏହା ବ୍ୟତୀତ ଆଳି, ରାଜନଗର ଓ ରାଜକନିକା ବ୍ଲକରେ ଆଦୌ କେନାଲ ନାହିଁ। ସେହିପରି ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ବର୍ଷା ପାଣିରେ କ୍ଷେତରୁ ଧାନ ଫସଲ ଉଧେଇ ପାରୁନାହିଁ। ଜଳ ପରିଚାଳନା ବ୍ୟତୀତ ଏହି ଜିଲାରେ ସରକାରୀ ପ୍ରୋତ୍ସାହନ ନଗଣ୍ୟ ହୋଇଛି। ବିହନ, ସାରଠାରୁ ଆରମ୍ଭ କରି ସରକାରୀ ରିହାତିରେ ଯନ୍ତ୍ରପାତି ଯୋଗାଣ, ତାଲିମ ଆଦି ଦେଖିବାକୁ ମିଳୁନାହିଁ। ସେହିପରି ବିଭିନ୍ନ ସ୍ଥାନରେ ଉଚ୍ଚା ଜମି ହେତୁ ମରୁଡି ହୋଇଯାଉଛି। ଏଠାରେ ଲୋକ ସମ୍ଭଳ ଅଛି। ବିନିଯୋଗ ପାଇଁ କୌଣସି ଯୋଜନା ନ ଥିବାରୁ ଜିଲା ବାହାରକୁ କର୍ମ ସଂସ୍ଥାନ ପାର୍ଇ ଯୁବବର୍ଗ ପଳାଇ ଯାଉଛନ୍ତି। ସରକାରୀ ମଣ୍ଡି ଅବ୍ୟବସ୍ଥା ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିର ଭରଣା ନ ପାଇବାରୁ ଧାନ ଫସଲ ଏବେ ଅର୍ଥକାରୀ ହୋଇ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରିପୋର୍ଟରେ ଉଲ୍ଲେଖ ତଥ୍ୟକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ତର୍ଜମା ହେବ। କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇ ସମସ୍ତ ଯୋଜନାକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri