କେନ୍ଦ୍ରାପଡ଼ା ପ୍ରଶାସନର ନୂଆ ପ୍ରୟାସ ‘ପଲ୍ଲୀରେ ପ୍ରଶାସନ’

କେନ୍ଦ୍ରାପଡ଼ା ଅଫିସ, ୨୯ା୩:କରୋନା କଟକଣା ଯୋଗୁ ଦୀର୍ଘଦିନ ହେବ ପ୍ରଶାସନିକ ଜନଶୁଣାଣି ବନ୍ଦ ରହିଛି। ଲୋକମାନେ ନିଜ ଅଭାବ ଅଭିଯୋଗକୁ କାହା ଆଗରେ କହିବାକୁ ସୁଯୋଗ ପାଇନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ଅଧିକାଂଶ ସମୟ ଜିଲା ମୁଖ୍ୟାଳୟରେ ବ୍ୟସ୍ତ ରହୁଛନ୍ତି। ସେମାନେ ଲୋକଙ୍କ ସମସ୍ୟା ଶୁଣିବାକୁ ସମୟ ବି ପାଉନାହାନ୍ତି। ଫଳରେ ଲୋକମାନେ କେବଳ ସରକାରୀ ବ୍ୟବସ୍ଥାକୁ ମୁଣ୍ଡପାତି ସହି ଆସିଛନ୍ତି ା ତେବେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଏପରି ସମସ୍ୟାର ସମାଧାନ ପାଇଁ ସୋମବାର ଅଣ୍ଟା ଭିଡ଼ିଛି ା ପ୍ରତି ବ୍ଲକର ଗୋଟିଏ ପଞ୍ଚାୟତରେ ଅଭିଯୋଗ ଶୁଣାଣି ସହିତ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ‘ପଲ୍ଲୀରେ ପ୍ରଶାସନ’ ନାମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜିଲାପାଳ ଅମୃତ ଋତୁରାଜଙ୍କ ଏକ ଅଭିନବ ପ୍ରୟାସ ବୋଲି ଲୋକମାନେ ମତ ଦେଇଛନ୍ତି। ଏହାଦ୍ୱାରା ପ୍ରଶାସନିକ ଅଧିକାରୀମାନେ ସମ୍ପୃକ୍ତ ପଞ୍ଚାୟତରେ ପହଞ୍ଚତ୍ ଲୋକମାନଙ୍କ ଅଭାବ, ଅଭିଯୋଗ ଶୁଣିବେ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହେବେ। ସେଠାରେ ହିଁ ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପରାମର୍ଶ ଦିଆଯାଇଛି। ହେଲେ ଏହି ବ୍ୟବସ୍ଥାରେ ପୋଲିସ ଅଧିକାରୀମାନଙ୍କୁ ସାମିଲ କରାଯାଉ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ଉକ୍ତ ଶିବିର ଶେଷ ପରେ ଅଭିଯୋଗକାରୀଙ୍କ ଠିକଣା ସହ ଅଭିଯୋଗ ସମ୍ପର୍କରେ ସମ୍ୟକ ଲିଷ୍ଟ ବ୍ଲକରେ ଟଙ୍ଗାଯାଉ, ଏଥିରେ ଉପକୃତ ହେଉଥିବା ଲୋକଙ୍କ ନାମ ସେହି ଲିଷ୍ଟରେ ଉଲ୍ଲେଖ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର କେନ୍ଦ୍ରାପଡ଼ା ଜିଲା ଅଧୀନ କେନ୍ଦ୍ରାପଡ଼ା ବ୍ଲକ ଓସ୍ତପୁର, ଆଳିର ଅଟାଳ, ଡେରାବିଶର ବାରିମୂଳ, ଗରଦପୁରର ଗରଦପୁର, ମହାକାଳପଡ଼ାର ସୁନିତି, ମାର୍ଶାଘାଇର କୁହୁଡି, ପଟ୍ଟାମୁଣ୍ଡାଇର ପେଣ୍ଠପାଳ, ରାଜକନିକାର ଚରପଡ଼ା ଓ ରାଜନଗର ବ୍ଲକର ରଙ୍ଗଣୀ ପଞ୍ଚାୟତ କାର୍ଯ୍ୟାଳୟରେ ‘ପଲ୍ଲୀରେ ପ୍ରଶାସନ’ ଶିବିର ଅନୁଷ୍ଠିତ ହୋଇଛି। ତେବେ ପ୍ରଶାସନର ଏହି ନୂତନ ବ୍ୟବସ୍ଥାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଓସ୍ତପୁରର ଭରତ ଦାସ କୁହନ୍ତି, ମୋତେ ୬୫ ବର୍ଷ ବୟସ ହେଲାଣି। ପରିବାରର ଆର୍ଥତ୍କ ସ୍ଥିତି ଦୁର୍ବଳ। ଏହି ବୟସରେ କାମକୁ ଯାଇ ହେଉନାହିଁ। ଗତ ୪ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ଦରଖାସ୍ତ ଧରି ପଞ୍ଚାୟତରୁ ବ୍ଲକ, ଜିଲା ଅଫିସ ଧଁାଇଛି। ଏପରି କି ସରକାରଙ୍କ ଗତ ‘ପିଠା’ ଯୋଜନାରେ ଆବେଦନ ପତ୍ର ଦିଆଯାଇଛି। ହେଲେ କିଛି ଲାଭ ହୋଇନାହିଁ। ଏବେ ଅଧିକାରୀମାନେ ଆମ ପଞ୍ଚାୟତକୁ ଆସିଛନ୍ତି। ଅଭିଯୋଗ ପରେ କାମ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ବି ଆଶାବାଦୀ ଅଛି। ଦେପୁରା ପଞ୍ଚାୟତର ଚୈତନ୍ୟ ମଲ୍ଲିକ କୁହନ୍ତି, ସୋମବାର ବିଡିଓ, ତହସିଲଦାରଙ୍କ ମାର୍ଫତରେ ଶୁଣାଣି ହେଉଛି। କୌଣସି ପୋଲିସ ଉଚ୍ଚପଦସ୍ଥ ଅଧିକାରୀ ଏହି ଶୁଣାଣିରେ ଉପସ୍ଥିତ ନ ଥିଲେ। ଗତ ୨ ମାସ ଧରି ପଡ଼ୋଶୀଙ୍କ ସହ ଏକ ଗଛକୁ ନେଇ ହୋଇଥିବା ମାରପିଟ୍‌ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିଲି। ବିଡିଓ ଦରଖାସ୍ତ ନେଇଛନ୍ତି। ସଦର ପୋଲିସକୁ ଏହି ଅଭିଯୋଗପତ୍ର ଦେବେ ବୋଲି କହିଛନ୍ତି। ପୋଲିସ ଅଧିକାରୀମାନେ ଥିଲେ ମୋ ଅଭିଯୋଗର ତୁରନ୍ତ ସମାଧାନ ହୋଇଥାନ୍ତା ବୋଲି ସେ କହିଛନ୍ତି।
ଓସ୍ତପୁର ପଞ୍ଚାୟତର ସରପଞ୍ଚ ପ୍ରସନ୍ନ କୁମାର ରାଉତ କୁହନ୍ତି, ପଲ୍ଲୀରେ ପ୍ରଶାସନ ଜିଲାପାଳଙ୍କ ଏକ ଅଭିନବ ପ୍ରୟାସ। ଏହି ଶିବିରରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷିଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ହେଉଛି। ଲୋକମାନେ ଉକ୍ତ ଶିବିରରେ ମାଟି ପରୀକ୍ଷା କରିବା, ବ୍ୟାଙ୍କ, ଆଧାର, କୁପୋଷଣ ଆଦି ବିଭାଗୀୟ ଅଧିକାରୀଙ୍କଠାରୁ ସହଯୋଗ ପାଉଛନ୍ତି। ଜିଲାସ୍ତରୀୟ ଜନଶୁଣାଣିରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଯିବାକୁ ପଡୁଥିବା ବେଳେ ପ୍ରତି ବ୍ଲକରେ ପ୍ରଶାସନିକ ଅଧିକାରୀ ଏଥିରେ ଯୋଗ ଦେଇଛନ୍ତି। କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହି ବ୍ୟବସ୍ଥାରେ ବିଭିନ୍ନ ବିଭାଗର ଅଧିକାରୀମାନେ ପଞ୍ଚାୟତରେ ପହଞ୍ଚତ୍ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ଏହା ଜିଲା ପାଇଁ ନୂତନ ପଦକ୍ଷେପ। ତେବେ ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ୫-ଟି (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫର୍ମେଶନ ଓ ଟାଇମ ଲିମିଟ୍‌)କୁ ଗୁରୁତ୍ୱ ଦେବା ଆବଶ୍ୟକ। ସଂଗୃହୀତ ଅଭିଯୋଗଗୁଡିକର ଏକ ସଂକ୍ଷିପ୍ତ ବିବରଣୀ ବ୍ଲକ ନୋଟିସ୍‌ ବୋର୍ଡରେ ଝୁଲାଯାଉ। ସେହିପରି ଏହି ସପ୍ତାହର କେତୋଟି ଅଭିଯୋଗ ସମାଧାନ ହେଲା ତା’ର ତାଲିକା ପ୍ରଦର୍ଶିତ ହେଲେ ଜିଲାପାଳଙ୍କ ପ୍ରୟାସ ସଫଳ ହୋଇପାରିବ। କେନ୍ଦ୍ରାପଡ଼ା ତହସିଲଦାର ଡ.ହେମଲତା ବାହାଳିଆ କୁହନ୍ତି, ଏହି ଶିବିରରେ ପ୍ରଶାସନିକ ବ୍ୟବସ୍ଥାର ବହୁ ବିଭାଗୀୟ ଅଧିକାରୀ ଭାଗ ନେଇଛନ୍ତି। ଫଳରେ ଅଭିଯୋଗଗୁଡିକ ତୁରନ୍ତ ସମାଧାନ କରାଯାଉଛି। କେତେକ ଅଭିଯୋଗ ସମୟକ୍ରମେ ସମାଧାନ ହେବ। ଏଥିପାଇଁ ସମୟ ନିଆଯାଉଛି। ଆଗାମୀ ଶିବିରଗୁଡିକରେ ଆଇନଶୃଙ୍ଖଳା ସମ୍ପର୍କରେ ଆସିଥିବା ଅଭିଯୋଗର ତୁରନ୍ତ ସମାଧାନ ପାଇଁ ପୋଲିସ ଅଧିକାରୀଙ୍କୁ ସାମିଲ ପାଇଁ ବ୍ୟବସ୍ଥା ହେବ। ଏବେ ଏହି ଅଭିଯୋଗ ପତ୍ରକୁ ଜିଲାପାଳଙ୍କ ମାଧ୍ୟମରେ ଏସ୍‌ପିଙ୍କ ନିକଟକୁ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri