ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର ଦୃଷ୍ଟି ଯୋଗ’ ଗଠନ ହେବ। ଜ୍ୟୋତିଷ ମତରେ ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଯୋଗାଯୋଗର କାରକ ବୋଲି ମନାଯାଏ। ସେହିପରି ମଙ୍ଗଳଙ୍କୁ ସାହସ, ପରାକ୍ରମ ଓ ଶକ୍ତିର କାରକ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ଏହି ସ୍ଥିତି ମିଥୁନ, କନ୍ୟା, ବିଛା ଓ ମକର ରାଶିର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ।

ମିଥୁନ ରାଶି ପାଇଁ କେନ୍ଦ୍ର ଦୃଷ୍ଟି ଯୋଗ ଶୁଭ ରହିପାରେ। ଆର୍ଥିକ କ୍ଷେତ୍ରରେ ଲାଭ ମିଳିବା ସହ ଆୟ ବୃଦ୍ଧିର ସମ୍ଭାବନା ରହିଛି। ଅଟକି ରହିଥିବା କାମ ପୂରା ହୋଇପାରେ। ଚାକିରିଆଙ୍କୁ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ଏହା ସହ ଆର୍ଥିକ ପକ୍ଷ ମଜବୁତ ହୋଇପାରେ।

କନ୍ୟା ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ଗ୍ରହ ସ୍ଥିତି ଅନୁକୂଳ ରହିପାରେ। ବୁଦ୍ଧି ଓ ପରାକ୍ରମର ସଠିକ ବ୍ୟବହାର କରି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବାର ସମ୍ଭାବନା ରହିପାରେ।

ବିଛା ରାଶି ପାଇଁ ଏହି ଯୋଗ ବେଶ ଶୁଭ ରହିପାରେ। ଭାଗ୍ୟର ସହଯୋଗ ମିଳିପାରେ। ନିବେଶ ପାଇଁ ସମୟ ଅନୁକୂଳ ରହିବା ସହ ଆର୍ଥିକ ଲାଭର ସମ୍ଭାବନା ରହିଛି। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ମକର ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ମଜବୁତ ହୋଇପାରେ। କୌଣସି ଆଇନଗତ ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି। ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହୋଇପାରନ୍ତି। ନିବେଶ ପାଇଁ ମଧ୍ୟ ସମୟ ଅନୁକୂଳ ରହିପାରେ।

ମକର ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ମଜବୁତ ହୋଇପାରେ। କୌଣସି ଆଇନଗତ ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି। ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହୋଇପାରନ୍ତି। ନିବେଶ ପାଇଁ ମଧ୍ୟ ସମୟ ଅନୁକୂଳ ରହିପାରେ।

 

 

 

Dharitri – Odisha’s No.1 Odia Daily

Share
Tags: rashiphala