Posted inଜାତୀୟ

କେଜରିଓ୍ବାଲ ଛାଡିବେ ଦିଲ୍ଲୀ ରାଜନୀତି! ଜାତୀୟ ରାଜନୀତିରେ ବଡ଼ ହଲଚଲ

ନୂଆଦିଲ୍ଲୀ,୧୮।୯: ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। କେଜରିଓ୍ବାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ମୁଖ୍ୟମନ୍ତ୍ରୀ ହେବା ଘଟଣାକ୍ରମ ଦିଲ୍ଲୀ ରାଜନୀତିର ଏକ ଭିନ୍ନ ଦିଗକୁ ଦର୍ଶାଉଛି। ଯଦିଓ କୁହାଯାଉଛି ଯେ, କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ସୁପ୍ରିମକୋର୍ଟ ଯେଉଁ ସର୍ତ୍ତ ରଖିଛନ୍ତି ତାଙ୍କ ପାଓ୍ବାରକୁ ସଙ୍କୁଚିତ କରିଦେଉଛି। ଯେଉଁଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ କେଜରିଓ୍ବାଲ କହିଛନ୍ତି ଯେ, ସେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଯେପର୍ଯ୍ୟନ୍ତ ପୁଣି ବିଧାନସଭା ନିବାଚନ  ନ ଜିତୁଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ବୋଲି ସିଧା ଶୁଣାଇ ଦେଇଛନ୍ତି। ହେଲେ ଜାତୀୟ ରାଜନୀତିରେ ଆଉ ଏକ ଚର୍ଚ୍ଚା ହେଉଛି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଏଏପି ଏବେ ଆଞ୍ଚଳିକ ଦଳରୁ ଜାତୀୟ ଦଳର ମାନ୍ୟତା ପାଇସାରିଛି। ଆଉ ଏଥିପାଇଁ ସବୁ ରାଜ୍ୟରେ ନିଜ ଦଳର ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ବର୍ତ୍ତମାନ ଦୁଇଟି ରାଜ୍ୟରେ ଏଏପିର ସରକାର ରହିଛି। ଏହାଛଡା ହିମାଚଳ ପ୍ରଦେଶ, ଗୁଜୁରାଟ ସହ ଅନ୍ୟ କିଛି ରାଜ୍ୟରେ ବି ଆଶତୀତ ଭାବେ ସଂଗଠନ ମଜବୁତ ରହିଛି। ଅନ୍ୟପଟେ ଯଦି ଭାରତରେ ଶ୍ରେଷ୍ଠ ୫ ପ୍ରଧାନମନ୍ତ୍ରୀ ପଦ ପାଇଁ ଲୋକପ୍ରିୟ ନେତା କିଏ ଅଛନ୍ତି ସେମାନଙ୍କ ମଧ୍ୟରୁ ୪ ନମ୍ବରରେ କେଜରିଓ୍ବାଲ ରହି ଆସିଛନ୍ତି। ଅର୍ଥାତ ଦେଶର ଟପ୍‌ ୫ ନେତାଙ୍କ ମଧ୍ୟରେ କେଜରିଓ୍ବାଲ ରହି ଆସିଛନ୍ତି। ଯାହା ବିଭିନ୍ନ ଜାତୀୟ ଗରମାଧ୍ୟମ ସଂସ୍ଥାର ସର୍ଭେରୁ ଜଣାପଡିଛି। ତେଣୁ କୁହାଯାଉଛି କେଜରିଓ୍ବାଲ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ହୁଏତ ଆଗକୁ ସେ ଆଉ ଦିଲ୍ଲୀ ରାଜନୀତିକୁ ଫେରି ନ ପାରନ୍ତି। ସେ ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଏନେଇ କେଜରିଓ୍ବାଲ କୌଣସି ଖୁଲାସା କରି ନାହାନ୍ତି। ରାଜନୈତିକ ବିଶେଷଜ୍ଞମାନେ କିନ୍ତୁ ଏପରି ଅନୁମାନ କରୁଛନ୍ତି।

ସୂଚନାଥାଉ କି, ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନ ସେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଅଟନ୍ତି। କହିରଖୁଛୁ କି, ରବିବାର ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସାକ୍ସେନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ମାର୍ଚ୍ଚ ୨୧ରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। ଏହା ପରେ ପୁଣି ତାଙ୍କୁ ସିବିଆଇ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri