Posted inଜାତୀୟ

‘ହାଓ ପ୍ରାଇମିନିଷ୍ଟର ଡିସାଇଡ’, କ’ଣ ଲେଖା ଅଛି ଏହି ପୁସ୍ତକରେ ଯାହାକୁ ତିହାରରେ ରହି ପଢିବାକୁ ଚାହୁଁଛନ୍ତି କେଜରିଓ୍ବାଲ

ନୂଆଦିିଲ୍ଲୀ,୧।୪: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ରାମାୟଣ, ମହାଭାରତ, ଗୀତା ଏବଂ ସାମ୍ବାଦିକ ନୀରଜା ଚୌଧରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପଢିବାକୁ କୋର୍ଟଙ୍କୁ ମାଗିଛନ୍ତି। ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ କିପରି ନିଷ୍ପତ୍ତି ନିଅନ୍ତି ସେ ବିଷୟରେ ଲେଖାଯାଇଛି।

ଏହା ବ୍ୟତୀତ କେଜରିୱାଲ ମଧ୍ୟ ଜେଲରେ ଔଷଧ ଯୋଗାଇବାକୁ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି। ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ କେଜରିୱାଲ ଇଡିଙ୍କ ହେପାଜତ ଅବଧି ଶେଷ ହେବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବାବେଳେ ଏହି ଦାବି କରିଥିଲେ।
ଶୁଣାଣି ସମୟରେ, ଇଡି ଦାବିରେ କୋର୍ଟ ଅରବିନ୍ଦ କେଜରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏଭଳି ପରିସ୍ଥିତିରେ ସେ ତିହାର ଜେଲରେ ରହିବେ ଏବଂ ସେ ଏଠାରେ ବହି ଓ ଔଷଧ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଦିନରେ ଦୁଇଟି ବଦଳି ଅର୍ଡର, ଶିକ୍ଷାବିତ୍‌ ମହଲରେ ଅସନ୍ତୋଷ

ଡେରାବିଶ, ୮ା୮(ବେବର୍ତ୍ତା ଅଜୟ ଦାସ): ରାଜ୍ୟ ଗଣଶିକ୍ଷା ବିଭାଗର କେନ୍ଦ୍ରାପଡ଼ା ଶିକ୍ଷା ଜିଲାରେ ବିଇଓଙ୍କ ଦୁଇଟି ବଦଳି ଅର୍ଡ଼ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିକ୍ଷାବିତ୍‌ଙ୍କ ମହଲରେ…

ଧରିତ୍ରୀ ପ୍ରଭାବ: ଦିବ୍ୟାଙ୍ଗଙ୍କ ଘରକୁ ଯାଇ ପଲିଥିନ ଦେଲେ ଆର୍‌ଆଇ

ଲୋଇସିଂହା,୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନ୍‌ଏସି ଅଧୀନର ୨ଜଣ ଦିବ୍ୟାଙ୍ଗ ଲୋଇସିଂହା ଢୋଲମହୁଲର କାଳିଆ ବଗର୍ତ୍ତି ଓ ବାଞ୍ଜିପାଲି ଗ୍ରାମର ସେବକ ସାହୁଙ୍କ ଦୃଷ୍ଟିହୀନ ସ୍ତ୍ରୀ ଲୋଇସିଂହା…

‘ମୁଁ ବାବା ବାଗେଶ୍ୱର ନୁହେଁ…’: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି…

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲା ଶିଶୁପତ୍ର, ପରିବାର ଲୋକଙ୍କୁ ବିଧାୟକ ଭେଟି…

ମହାକାଳପଡ଼ା,୮ା୮(ପ୍ରତାପ ଚନ୍ଦ୍ର ସ୍ବାଇ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବରଜ ଗ୍ରାମର ଶଙ୍କର ଦେ’ଙ୍କ ୪ବର୍ଷର ପୁଅ ସଙ୍କେତ ଶୁକ୍ରବାର ପୋଖରୀରେ ବୁଡ଼ି ମୃତ୍ୟୁ…

ଜିଲା ଯୋଜନା ବୋର୍ଡ ସଦସ୍ୟ ହେଲେ ମହେନ୍ଦ୍ର ରଣା: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା:୮/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କୁ ଜିଲା ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଛି।…

ମୋଦିଙ୍କୁ ଭେଟି ଏତେବଡ଼ କଥା କହିଦେଲେ ରାଘବ ଚଢା, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭା ଏମପି ରାଘବ ଚଢା ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ, ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ…

ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଉଦ୍ଧାର

ବାରିପଦା,୮।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅଧୀନ ଉପରବାରାହାକାମୁଡା (ୟୁବିକେ) ରେଞ୍ଜ ଅନ୍ତର୍ଗତ ଜଟିଆନୀ କ୍ୟାମ୍ପ ନିକଟରେ (କୋର କ୍ଷେତ୍ର) ପ୍ରାୟ…

ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ବାୟାବାବା କଲେଜ, ୧୯ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି…

ମହାକାଳପଡ଼ା, ୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦର ମହକୁମାସ୍ଥିତ ବାୟା ବାବା କଲେଜରେ ୪୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri