Categories: ଜାତୀୟ

‘ଶତ୍ରୁଙ୍କୁ ବି ରୋକାଯିବା ଉଚିତ ନୁହେଁ’

ଚଣ୍ଡିଗଡ଼,୧୯।୧୧: ପଞ୍ଜାବର ବିରୋଧୀ ଏଏପି ବିଧାୟକଙ୍କୁ ଶୁକ୍ରବାର ଗୁରପୁରବ ଅବସରରେ ପାକିସ୍ତାନର କର୍ତାରପୁର ସାହିବ ଗୁରଦ୍ୱାରା ଯିବା ପାଇଁ ଅନୁମତି ଦିଆଯାଇ ନାହିଁ। ଏ ସମ୍ପର୍କରେ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ୍‌ କରି ଲେଖିଛନ୍ତି, ଏଭଳି ରାଜନୀତି ଦେଶ ଓ ସମାଜ ପାଇଁ ଭଲ ନୁହେଁ। ଗୁରପୁରବ ଅବସରରେ ଗୁରଦ୍ୱାରାରେ ପ୍ରଣାମ କରିବାରୁ ଶତ୍ରୁଙ୍କୁ ମଧ୍ୟ ରୋକାଯିବା ଉଚିତ ନୁହେଁ।

ପଞ୍ଜାବର ଏଏପି ନେତା ହର୍ପାଲ ସିଂ ଚିମା କହିଛନ୍ତ, ରାଜ୍ୟ ସଭାପତି ଭଗଓ୍ବନ୍ତ ମନ୍ନ ଓ ରାଜ୍ୟ ଦାୟିତ୍ୱରେ ଥିବା ରାଘବ ଚଢ଼ାଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳର ଅଂଶ ଭାବେ ଆମ ଦଳର ବିଧାୟକମାନେ ଶୁକ୍ରବାର କର୍ତାରପୁର ବାହାରିଥାନ୍ତେ। କିନ୍ତୁ ଆମକୁ କର୍ତାରପୁର ଯିବା ଲାଗି ଅନୁମତି ମିଳି ନ ଥିବା ପଞ୍ଜାବ ସରକାର ଦ୍ୱାରା କୁହାଯାଇଛି। କଂଗ୍ରେସ ଓ ଭାଜପାର ପ୍ରାୟ ବିଧାୟକଙ୍କୁ ଅନୁମତି ଦିଆଯାଇଥିବା ବେଳେ ଆମକୁ କାହିଁକି ମନା କରାଗଲା। ଏହା ଦର୍ଶାଉଛି ୨୦୨୨ ବିଧାନସଭା ପୂର୍ବରୁ ଏଏପିର ବଢ଼ୁଥିବା ଲୋକପ୍ରିୟତାକୁ ଦେଖି ଭାଜପା ଓ କଂଗ୍ରେସ ଭୟଭିତ ଅଛନ୍ତି।

 

Share