Posted inଜାତୀୟ

ଉପରାଜ୍ୟପାଳଙ୍କ ବିରୋଧରେ କେଜରିଓ୍ବାଲ ରାସ୍ତାରେ କଲେ ପ୍ରଦର୍ଶନ…

ନୂଆଦିଲ୍ଲୀ,୧୬।୧ : ଶେଷ ହେବା ପରିବର୍ତ୍ତେ ଦିଲ୍ଲୀର କେଜରିୱାଲ ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ପ୍ରଥମେ ବିଧାନସଭାରେ ଆମ ଆଦମୀ ପାର୍ଟିର ବିଧାୟକମାନେ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲେ ଏବଂ ପରେ ତାଙ୍କ ବାସଭବନକୁ ଘେରାଉ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ରାସ୍ତାକୁ ଆସି ରାଜ୍ୟପାଳଙ୍କ ବିରୋଧରେ ଅନେକ ଅଭିଯୋଗ କରି ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି ଯେ ଉପରାଜ୍ୟପାଳ ଦିଲ୍ଲୀର ପିଲାମାନଙ୍କର ଭଲ ଶିକ୍ଷା ବନ୍ଦ କରିବାକୁ ଚାହୁଁଛନ୍ତି।

ଦିଲ୍ଲୀର ଶିକ୍ଷକମାନଙ୍କୁ ତାଲିମ ଲାଗି ବିଦେଶ ଯିବାକୁ ରୋକୁଛନ୍ତି । ବିଧାନସଭା ଅଧିବେଶନ ଆରମ୍ଭ ହେବା ସହିତ ଆମ ଆଦମୀ ପାର୍ଟି (ଏଏପି) ବିଧାୟକମାନେ ପୁଣି ଥରେ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ସରକାରଙ୍କ କାର୍ଯ୍ୟ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଉପରାଜ୍ୟପାଳଙ୍କ ବିରୋଧରେ ହିଟଲର ଶାସନ ଚଳିବ ନାହିଁ ସ୍ଲୋଗାନ ଦିଆଯାଇଥିଲା। ହାତରେ ପୋଷ୍ଟର-ବ୍ୟାନର ଥିବା ବିଧାୟକମାନେ ବେଲରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ। ଗୃହର ପ୍ରକ୍ରିୟା ପ୍ରଥମେ ୧୦ ମିନିଟ ଏବଂ ପରେ ଅଧ ଘଣ୍ଟା ପାଇଁ ସ୍ଥଗିତ ରଖିବାକୁ ପଡିଥିଲା । ତୃତୀୟ ଥର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ମଧ୍ୟ ଉତ୍ତେଜନା ବନ୍ଦ ହୋଇ ନ ଥିଲା, ତା’ପରେ ଗୃହର କାର୍ଯ୍ୟକୁ ଦିନସାରା ପାଇଁ ସ୍ଥଗିତ ରଖାଯାଇଥିଲା।

କେଜାରିୱାଲ କହିଛନ୍ତି ଯେ ଆମେ ପ୍ରଶିକ୍ଷଣ ପାଇଁ ଫିନଲାଣ୍ଡକୁ ଶିକ୍ଷକ ପଠାଇବାକୁ ଚାହୁଁଛୁ। କିନ୍ତୁ ଉପରାଜ୍ୟପାଳ କହିଛନ୍ତି ଯେ ତାଙ୍କୁ କେବଳ ଭାରତରେ ତାଲିମ ଦିଆଯାଉ। କେଜରିୱାଲ କହିଛନ୍ତି ଯେ ଉପରାଜ୍ୟପାଳ ସୁପ୍ରିମକୋର୍ଟଙ୍କୁ ମାନୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri