Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୦।୩: ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ବିଧାନସଭା ବଜେଟ ଅଧିବେଶନ ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି। ଦିଲ୍ଲୀରେ କୋଭିଡ୍‌-୧୯ ମୁକାବିଳାରେ କେନ୍ଦ୍ର ସରକାରଙ୍କ ସହଯୋଗ ପ୍ରଶଂସା ଯୋଗ୍ୟ ବୋଲି ଅବଗତ କରାଇଛନ୍ତି। କରୋନା ଲଢେଇଲେ ସାମିଲ ହୋଇଥିବା ଡାକ୍ତର, ନର୍ସ, ବୈଜ୍ଞାନିକ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ବିଶ୍ୱ କରୋନା ସହ ଲଢେଇ କରୁଛି। ଏହାକୁ ସମ୍ନା କରିବା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ରହିଥିଲା। ଏହି ପରିସ୍ଥିତିରେ ଦିଲ୍ଲୀ ସରକାରଙ୍କୁ ବିଭିନ୍ନ ସମୟରେ କେନ୍ଦ୍ର ସରକାର ସହଯୋଗ କରିଥିବା କହିଥିଲେ।

Share