Categories: ଜାତୀୟ

ମୋଦିଙ୍କ ଆଶୀର୍ବାଦ ଲୋଡିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ବିଜୟ ହାସଲ କରିଛି। ବୁଧବାର ଏମସିଡି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରି ୧୩୪ଟି ଆସନ ଜିତିଛି। ଭାଜପା ୧୦୪ଟି ଆସନ ଜିତିଛି। ଏହି ଐତିହାସିକ ବିଜୟ ପରେ ଏଏପି ସମର୍ଥକମାନେ ଜୋରଦାର ସେଲିବ୍ରେସନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜ୍‌ରିଓ୍ବାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଚାହୁଁଛୁ। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ଆଶୀର୍ବାଦ ଚାହୁଁ। ଏହି ନିର୍ବାଚନ ଜରିଆରେ ଲୋକମାନେ ଗୋଟିଏ ବାର୍ତ୍ତା ଦେଇଛନ୍ତି। ଏହି ନିବର୍ର୍ାଚନ ଗୋଟିଏ ବାର୍ତ୍ତା ଦେଉଛି, ସେମାନେ ନକାରାତ୍ମକ ନୁହେଁ, ଗଠନମୂଳକ ରାଜନୀତି ଚାହାନ୍ତି। ରାଜନୀତି ନୁହେଁ, ବରଂ ଏବେ ଆମକୁ ଏକାଠି କାମ କରିବାକୁ ପଡିବ। ଆମେ ଭାଜପା ଓ କଂଗ୍ରେସର ସହଯୋଗ ଚାହୁଁଛୁ।
ଏମସିଡିର ୨୫୦ଟି ଆସନରୁ ଆପ ୧୩୪ରେ ଜିତିଛି। ଏହା ମ୍ୟାଜିକ ନମ୍ବର ୧୨୬ ଠାରୁ ୮ ଅଧିକ। କଂଗ୍ରେସର ଆସନ ସଂଖ୍ୟା ୯କୁ ଖସି ଯାଇଛି।

Share