Categories: ଜାତୀୟ

ଅଟୋ ଡ୍ରାଇଭରଙ୍କ ଘରେ ରାତ୍ର ଭୋଜନ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୩।୯: ଆସନ୍ତା ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ବାରମ୍ବାର ସେଠାକୁ ନିର୍ବାଚନ ପ୍ରଚାରରେ ଯାଉଛନ୍ତି। ସୋମବାର ସେ ଅହମଦାବାଦରେ ପ୍ରଚାର କରୁଥିବାବେଳେ ଜଣେ ଅଟୋଡ୍ରାଇଭରଙ୍କ ଆମନ୍ତ୍ରଣକ୍ରମେ ତାଙ୍କ ଘରେ ରାତ୍ରଭୋଜନ କରିଛନ୍ତି। ତେବେ ସେ ଅଟୋରେ ଯାଉଥିବାବେଳେ ଗୁଜରାଟ ପୋଲିସ ଅଟକାଇଥିଲା। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅଟୋରେ ଯିବା ପାଇଁ ମନା କରିବା, ଗୁଜରାଟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଉଛି ବୋଲି କେଜ୍‌ରିଓ୍ବାଲ ପୋଲିସ ଅଧିକାରୀଙ୍କୁ କହୁଥିବା ଦେଖାଯାଇଥିଲା।

Share