ଆଗାମୀ ଆଦେଶ ଯାଏଁ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ସଂକ୍ରମଣ ଲଗାତର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀ ଧିରେ ଧିରେ କରୋନାର ହଟସ୍ପଟ ପାଲଟୁଥିବାରୁ ରାଜ୍ୟର ସମସ୍ତ ସ୍କୁଲ(ସରକାରୀ ଓ ବେସରକାରୀ) ଓ ସମସ୍ତ କ୍ଲାସକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଘୋଷଣା କରିଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ କେଜରିଓ୍ବାଲ ଟୁଇଟ କରି ସୂଚନା ଦେଇଛନ୍ତି। ପୂର୍ବରୁ ହିଁ ଦିଲ୍ଲୀ ସ୍କୁଲରେ ଅନ୍ୟ ସବୁ କ୍ଲାସ ବନ୍ଦ ଥିବା ବେଳେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସୁଥିଲେ। କିନ୍ତୁ ରାଜ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

Share