Categories: ଜାତୀୟ

ଚାଇନା ସାମଗ୍ରୀ ବୟକଟ କରିବାକୁ କେଜରିଓ୍ବାଲଙ୍କ ଅପିଲ, ଦୁଇଗୁଣା ଅଧିକ ଦାମରେ ବି କିଣିବା ସ୍ବଦେଶୀ ସାମ୍ରଗୀ…

ନୂଆଦିଲ୍ଲୀ,୧୮।୧୨ : ଚାଇନା ଉତ୍ପାଦକୁ ବୟକଟ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା।

ଏହାପୂର୍ବରୁ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସୈନିକଙ୍କ ସହ ଭାରତୀୟ ଯବାନଙ୍କ ସହ ସଂଘର୍ଷ କରୁଥିବା ଘଟଣାକୁ ଏଏପି ସଂଯୋଜକ କେଜରିୱାଲ ନିନ୍ଦା କରିଥିଲେ। ଆମ ସେନା ଦେଶର ଗର୍ବ ବୋଲି ଦିଲ୍ଲୀ ସେ କହିଥିଲେ। ମୁଁ ଯବାନଙ୍କର ସାହସକୁ ନମସ୍କାର କରୁଛି। ଆହତ ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ମୁଁ ଶୀଘ୍ର ସେମାନଙ୍କର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

Share