Categories: Uncategorized

୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୪।୨: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଲୋକଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍‌ କରିଛନ୍ତି। ଲୋକଙ୍କ ସୁବିଧା ଲାଗି ଦିଲ୍ଲୀରେ ୧୦୦ଟି ଚାର୍ଜିଂ ଷ୍ଟେଶନ ସ୍ଥାପନା କରାଯିବ। ଏହା ସହିତ ୨୦୨୪ ସୁଦ୍ଧା ରାଜ୍ୟରେ ବୈଦ୍ୟୁତିକ ଯାନ ସଂଖ୍ୟା ୨୫ ପ୍ରତିଶତରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର ସ୍ବିଚ୍‌ ଦିଲ୍ଲୀ ଅଭିଯାନ ଆରମ୍ଭ କରିଥିବା କେଜରିଓ୍ବାଲ ସୂଚନା ଦେଇଛନ୍ତି। ୨ ଏବଂ ୩ ଚକିଆ ବୈଦ୍ୟୁତିକ ଯାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ରିହାତି ମଧ୍ୟ ଯୋଗାଇ ଦିଆଯାଉଛି। ୨୦୨୦ ଅଗଷ୍ଟ ସୁଦ୍ଧା ସରକାରୀ ଯୋଜନାର ଲାଭ ନେଇ ଲୋକେ ୬,୦୦୦ ବୈଦ୍ୟୁତିକ ଯାନ କିଣିଥିବା ସେ କହିଛନ୍ତି।