ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ

ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର ଗତିପଥ ଓ ଅବସ୍ଥାରେ ପରିବର୍ତ୍ତନ ଆଣିଥାଏ।

ଯଦି ଆପଣ ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତେବେ ଆପଣଙ୍କ ଅଫିସ କିମ୍ବା ଲକରରେ ଦକ୍ଷିଣ-ପୂର୍ବ ଦିଗରେ ମୟୂର ପୁଚ୍ଛ ରଖନ୍ତୁ। ଆପଣ ଏଥିରୁ ବହୁତ ଉପକୃତ ହେବେ। କଦାପି ଟଙ୍କା ଅଭାବ ରହିବ ନାହିଁ। ପାଇବାକୁ ଥିବା ଟଙ୍କା ମଧ୍ୟ ସହଜରେ ମିଳିଯିବ।

ଶୋଇବା ଘରର ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ମୟୂର ପୁଚ୍ଛ ରଖିବା ଫଳରେ ଅଟକିଥିବା ସମସ୍ତ କାର୍ଯ୍ୟ ସହଜରେ ହୋଇଯାଏ।

ଯେଉଁ ପିଲାଙ୍କର ପଢ଼ାପଢ଼ିରେ ମନଲାଗେ ନାହିଁ, ସେମାନଙ୍କ ପଢ଼ାଘର କିମ୍ବା ବହିରେ ମୟୂର ପୁଚ୍ଛ ରଖିବା ଫଳରେ ପିଲାଙ୍କ ଏକାଗ୍ରତା ବଢ଼ିଥାଏ।

ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପୁଚ୍ଛ ରଖିଲେ, ସମସ୍ତ ପ୍ରକାରର ବାସ୍ତୁ ଦୋଷ ଦୂର ହୁଏ। ଘରେ କୌଣସି ନକରାତ୍ମକ ଶକ୍ତି ରହେ ନାହିଁ।

ଯଦି ଆପଣ ଘରେ ମୟୂର ପୁଚ୍ଛ ରଖିଛନ୍ତି ତେବେ କୌଣସି ଅଶୁଭ ଶକ୍ତି ଘରେ ପ୍ରବେଶ କରିପାରିବ ନାହିଁ ।