Posted inଜାତୀୟ

ଅଫିସରଙ୍କୁ ଗୋଟିଏ ସ୍ଥାନରେ ଅଧିକ ଦିନ ରଖିବା ଦୁର୍ନୀତି ବଢ଼ାଇଥାଏ: ସଂସଦୀୟ କମିଟି

ବ୍ୟାଙ୍କକ୍‌,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ, ତାହା ସୁନିଶ୍ଚିତ କରିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନିଆଯିବା ଉଚିତ ବୋଲି ଏକ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ କହିଛି। ସବୁ ଅଫିସରଙ୍କ ପାଇଁ ସ୍ଥାନାନ୍ତରଣ ନୀତି ରହିଆସିଥିଲେ ମଧ୍ୟ ତାହାକୁ ଆଦୌ କାର୍ଯ୍ୟକାରୀ କରାଯାଉ ନ ଥିବା କାର୍ମିକ, ଜନ ଅଭିଯୋଗ, ଆଇନ ଓ ନ୍ୟାୟ ବିଭାଗର ସଂସଦୀୟ ସ୍ଥାୟୀ କମିଟି ଏହାର ୧୪୫ତମ ରିପୋର୍ଟରେ କହିଛି।

କେତେକ ଅଫିସରଙ୍କୁ ସେମାନଙ୍କ ପ୍ରିୟ ମନ୍ତ୍ରଣାଳୟରେ ୮ରୁ ୯ ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ରଖାଯାଉଛି। ବିଭାଗୀୟ ମୁଖ୍ୟଙ୍କୁ ୪/୫ ଥର ପରିବର୍ତ୍ତନ କରାଯିବା ସତ୍ତ୍ୱେ ଅର୍ଥ ଏବଂ ଅନ୍ୟ ସମ୍ବେଦନଶୀଳ ମନ୍ତ୍ରଣାଳୟରେ ଅଫିସରମାନେ ଦୀର୍ଘଦିନ ରହିଯାଉଛନ୍ତି। ଏପରିକି କେତେଜଣ ଅଫିସରଙ୍କ ସମୁଦାୟ କ୍ୟାରିୟର ଗୋଟିଏ ମନ୍ତ୍ରଣାଳୟରେ କଟିଯାଉଛି। ବିଳମ୍ବ ନ କରି ଏଭଳି ତ୍ରୁଟି ସୁଧାରିବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। କେନ୍ଦ୍ରୀୟ ସଚିବାଳୟ ସେବା (ସିଏସ୍‌ଏସ୍‌), କେନ୍ଦ୍ରୀୟ ସଚିବାଳୟ ଷ୍ଟେନୋଗ୍ରାଫର ସେବା(ସିଏସ୍‌ଏସ୍‌ଏସ୍‌)ର କାର୍ଯ୍ୟ ସମୀକ୍ଷା କଲାବେଳେ ଏହା କମିଟିର ଦୃଷ୍ଟିକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ବୁକ୍‌ କରିବା ହେଲା ସହଜ! WhatsAppଠାରୁ ମିସ୍ଡ କଲ ପର୍ଯ୍ୟନ୍ତ ଘରେ ବସି କରନ୍ତୁ…

ନୂଆଦିଲ୍ଲୀ,୧୪।୩: ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ, ଗ୍ୟାସ ସିଲିଣ୍ଡର ବୁକିଂ ପୂର୍ବ ଅପେକ୍ଷା ଏବେ ସହଜ ହୋଇଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ…

ଜାତୀୟ ଲୋକ ଅଦାଲତ: ୨୪୬ ମାମଲା ଫଇସଲା ସହ ଏତିକି ଟଙ୍କା ଜରିମାନା ଆଦାୟ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା କମିଟି ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ…

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ ନାବିକଙ୍କ ମୃତଦେହ ନେଇ ଯାଉଥିବା ତୁର୍କୀ ବିମାନ, ପ୍ରତିଶୋଧର ଶପଥ ନେଲା…

କଲମ୍ବୋ,୧୪।୩: ଭାରତ ମହାସାଗରରେ ଆମେରିକୀୟ ଆକ୍ରମଣର ଶିକାର ହୋଇଥିବା ଇରାନୀ ଯୁଦ୍ଧଜାହାଜ IRIS ଡେନା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଏହି ଆକ୍ରମଣରେ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ…

LPG ସଙ୍କଟ ମଧ୍ୟରେ ଚାକିରି ହରାଇଲେଣି ବହୁ ଡେଲିଭରି ବୟ! ଅନେକ ପରିବାର ଉପବାସରେ, ସରକାରଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ,୧୪।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁ ବିଶ୍ୱବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାରତର ଖାଦ୍ୟ ଯୋଗାଣ ଏବଂ ଗିଗ କର୍ମଚାରୀମାନଙ୍କୁ ପ୍ରଭାବିତ କରିଛି। ପୁଣେରୁ…

ଗୋଟିଏ ଦିନରେ ବାରୁଣୀ ସ୍ନାନ ସହ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ମିଳିତ ଭାବରେ କାର୍ଯ୍ୟ କରିବା ନେଇ…

ପୁରୁଷୋତ୍ତମପୁର,୧୪ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଗୋଟିଏ ଦିନରେ ବାରୁଣୀସ୍ନାନ ଓ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ରହିଥିବା ନେଇ କିଭଳି ଏହାର ମୁକାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri