ଆପଣା ମହତ ଆପେ ରଖି

ଉତ୍କଳ ଗୌରବ ମଧୁସୂଦନ ଦାସ ସିନା କହିଥିଲେ, ”ଆଲୋ ସଖୀ ଆପଣା ମହତ ଆପେ ରଖି“। କେବଳ କହି ନଥିଲେ ନିଜ ମାନ ମହତକୁ ରକ୍ଷା କରିବା ନିମନ୍ତେ କ୍ଷତି ମଧ୍ୟ ସହିଥିଲେ। ଏପରିକି ଆର୍ଥିକ ଦେବାଳିଆ ହେବାକୁ ପଡ଼ିଥିଲା ତାଙ୍କୁ। ଫଳରେ ତାଙ୍କ ସ୍ବପ୍ନର ଚମଡ଼ା ଶିଳ୍ପ ‘ଉତ୍କଳ ଟ୍ୟାନେରୀ’ ବନ୍ଦ ହୋଇଯାଇଥିଲା। ତଥାପି ସେ ଅସାଧୁ ଉପାୟ ଅବଲମ୍ବନ କରିନଥିଲେ। କିନ୍ତୁ ଏବେ ମହତ ଯାଉ, ଲାଭ ହେଉ। ସେଇଥିପାଇଁ ବୋଧହୁଏ ଯେକୌଣସି ବ୍ୟବସାୟର ଶୁଭାରମ୍ଭରେ ”ଶୁଭମ୍‌ ଲାଭ“ ବୋଲି ନ ଲେଖିଲେ ନଚଳେ। ସମ୍ମାନ ବରଂ ବଜାରରେ ନିଲାମ ହୋଇଯାଉ, ଅର୍ଥ ଉପାର୍ଜନ ହେଉଥାଉ। ଅର୍ଥ ନିକଟରେ ମାନ ସମ୍ମାନ ସବୁକିଛି ତୁଚ୍ଛ। ମଣିଷ ନିକଟରେ ସୁବିଧାବାଦୀ ଚରିତ୍ର ଏତେ ପରିମାଣରେ ବୃଦ୍ଧି ପାଇଲାଣି ଯେ କେବଳ ନିଜ ସ୍ବାର୍ଥ ବ୍ୟତୀତ ତାକୁ ଆଉ କିଛି ଦେଖାଯାଉ ନାହିଁ। ସତେଯେମିତି ଅର୍ଥର ଯାଦୁକରୀ ଶକ୍ତି ସମ୍ମୋହିତ କରିଦେଇଛି ମଣିଷକୁ। ହିତାହିତ ଜ୍ଞାନ ଭୁଲି ଏମିତି କଦର୍ଯ୍ୟ କାମ ସେ କରୁଛି, ଯଦ୍ଦ୍ବାରା କି ମାନ ମହତ ଭୂଲୁଣ୍ଠିତ ହେଉଛି।
ମାଆ ବାପାଙ୍କ ଆଖିରେ ନିଦ ନାହିଁ – ପୁଅ ପାଠ ପଢ଼ିବ। ଦିନ ରାତିକୁ ଏକାକାର କରି ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଚାଲିଛନ୍ତି – ଏକମାତ୍ର ଉଦ୍ଦେଶ୍ୟ ପିଲାଙ୍କ ପାଠପଢ଼ା ପାଇଁ ଟଙ୍କା ଦରକାର। ନ ଖାଇ ନ ପିଇ ଧନ ସଞ୍ଚୁଛନ୍ତି – ଉଚ୍ଚ ଶିକ୍ଷା କରିବାକୁ ଗଲେ ଅଧିକ ଖର୍ଚ୍ଚ ହେବ। ଭଲ ପଢ଼ୁଛି। ଶିକ୍ଷକମାନେ କହୁଛନ୍ତି – ଶହେ ଜଣରେ ଜଣେ ହୋଇ ଠିଆହେବ, ଆମ ବିଦ୍ୟାଳୟର ନଁା ରଖିବ। ସେଇଆ ହେଲା, ଶିକ୍ଷକମାନଙ୍କର କଥା ସତ ହେଲା। ହାଇସ୍କୁଲ ବୋର୍ଡ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହେଲା। ଲୋକେ କହିଲେ ସୁନା ମୁଣ୍ଡାଟିଏ। ତା’ପରେ ଉଚ୍ଚ ମାଧ୍ୟମିକ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସବୁଠି ସମାନ ସଫଳତା। ଓପିଏସ୍‌ସି ପରୀକ୍ଷାରେ ମଧ୍ୟ ରାଜ୍ୟରେ ଏକ ନମ୍ବର। ମାଆବାପାଙ୍କ ପାଦ ତଳେ ଲାଗିଲା ନାହିଁ। ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଲା। ତମାମ ଗାଆଁ ଲୋକେ ଖୁସି ମନେଇଲେ। ଅଫିସର ଭାବରେ ନିଯୁକ୍ତି ପାଇଁ ଯେଉଁଦିନ ସେ ଘରକୁ ଆସିଲା ଗାଆଁ ଲୋକେ ଏକ ବିରାଟ ସଭାର ଆୟୋଜନ କଲେ। ମଞ୍ଚରେ ବସାଇ ସମ୍ବର୍ଦ୍ଧିତ କଲେ। ଶ୍ରଦ୍ଧାରେ ଫୁଲମାଳ, ଫୁଲତୋଡ଼ା, ଉତ୍ତରୀୟ ଦେଇ କହିଲେ, ”ତୁମେ ଆମ ଗାଆଁର ଟେକ ରଖିଛ। ତୁମ ପାଇଁ ଆମେ ସଭିଏଁ ଗର୍ବିତ।“ ପୁଅର ପ୍ରଶଂସାରେ ଭାବବିହ୍ବଳ ହୋଇ ଯାଇଥିଲେ ସେଦିନ ମଞ୍ଚ ସାମନାରେ ବସିଥିବା ମାଆବାପା ଦୁଇଜଣ। ଉଭୟଙ୍କ ଆଖିରୁ ଝରି ପଡ଼ିଥିଲା ଆନନ୍ଦାଶ୍ରୁ। ପୁଅର ପରିଚୟରେ ଆମେ ଏଣିକି ପରିଚିତ ହେବା ଏଇ କଥା ଭାବି ହୁଏତ ସେଦିନ ସେମାନେ ଘରକୁ ଫେରିଥିବେ।
ଦୁଇ ଚାରି ବର୍ଷ ଯାଇଛି କି ନାହିଁ ହଠାତ୍‌ ଦିନେ ଦେଖାଗଲା ଗ୍ରାମବାସୀଙ୍କ ଦ୍ୱାରା ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପାଇଥିବା ସେହି ଅଫିସର ଜଣଙ୍କୁ ପୋଲିସ ଥାନା ହାଜତକୁ ନେଉଥିବାର ଦୃଶ୍ୟ। ଖବର ପ୍ରକାଶିତ ହେଲା, ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ରାଜ୍ୟରେ ଓପିଏସ୍‌ସି ପରୀକ୍ଷାରେ ଏକଦା ଟପ୍ପର ହୋଇଥିବା ଯୁବ ଅଫିସର। ରାଜ୍ୟବାସୀ ଛି ଛାକର କଲେ। ଗାଆଁ ଲୋକେ କହିଲେ ”ଛିଃ ଏମିତି ନାକରା କାମ କରିବ ବୋଲି ଆମକୁ ଜଣା ନଥିଲା। ନିଜ ମହତକୁ ନିଜେ ସାରିଲା। ମାଆବାପାର ମୁଣ୍ଡକୁ ତଳକୁ କରିଦେଲା। ଗାଆଁକୁ ବଦନାମ୍‌ କଲା। ଏମିତି ଜାଣିଥିଲେ ଆମେ ତାକୁ ସମ୍ବର୍ଦ୍ଧିତ କରି ନଥାନ୍ତୁ। ଆମ ପ୍ରେରଣାର ମୂଲ୍ୟ ସେ ଏମିତି ଦେଲା ? ଧିକ୍‌ ତାକୁ, ଧିକ୍‌ ତା’ର ଉଚ୍ଚଶିକ୍ଷାକୁ।“
ଉପରୋକ୍ତ ଘଟଣାଟି କେବଳ ଗୋଟିଏ ଉଦାହରଣ ମାତ୍ର। ଏମିତି ଅସଂଖ୍ୟ ଘଟଣା ପ୍ରତିଦିନ ଘଟି ଚାଲିଛି ଆମ ସମାଜରେ। ବିଶେଷ କରି ଯେଉଁମାନେ ଉଚ୍ଚ ଶିକ୍ଷିତ ତଥା ଉଚ୍ଚ ପଦବୀରେ ଅଧିଷ୍ଠିତ, ଯେଉଁମାନଙ୍କଠାରୁ ସମାଜ ଅନେକ ଆଶା କରେ, ଯେଉଁମାନଙ୍କୁ ଅନେକ ଲୋକ ଅନୁସରଣ କରନ୍ତି ସେହିମାନଙ୍କଠାରେ ଏଭଳି କଦର୍ଯ୍ୟ କଳା କାରନାମା ଦେଖିବାକୁ ମିଳୁଛି। ସବୁଠି ସବୁ କ୍ଷେତ୍ରରେ ସ୍ବଚ୍ଛତା ଖୋଜି ପାଇବା ମୁସ୍କିଲ। ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସେବା, ସ୍ବାସ୍ଥ୍ୟ, ପ୍ରତିରକ୍ଷା ସବୁଠି ସୁବିଧାବାଦୀ ଚରିତ୍ରର ଅସଂଖ୍ୟ ଲୋକ ଭରପୂର। କାମନା, ବାସନା ପ୍ରତି ଲୋଭ, ଅର୍ଥ ପ୍ରତି ଆସକ୍ତି, ବଡ଼ ହେବାର ନିଶା, କ୍ଷମତାର ମୋହ ନିକଟରେ ମଣିଷ ଏମିତି ଆତ୍ମସମର୍ପଣ କରିଛି ଯେ, ”ଆପଣା ମହତ ଆପେ ରଖି“ ଆପ୍ତ ବାଣୀଟି ତା’ ପାଇଁ ମୂଲ୍ୟହୀନ ପାଲଟି ଯାଇଛି। ମଣିଷ ମନେରଖିବା ଉଚିତ ଲୋଭ, ମୋହ, କାମନା, ବାସନା ଏସବୁ ତା’ର ବ୍ୟକ୍ତିଗତ। ଲାଭ ହେଲେ ନିଜର, କ୍ଷତି ହେଲେ ମଧ୍ୟ ନିଜର। କିନ୍ତୁ ମାନ ମହତ ଚାଲିଗଲେ କେବଳ ସମ୍ପୃକ୍ତ ବ୍ୟକ୍ତିର କ୍ଷତି ହୁଏ ନାହିଁ, ପରନ୍ତୁ ଅନିଷ୍ଟ ହୁଏ ପରିବାରର, ବଦନାମ ରାଜ୍ୟର, ନାଁ ପଡ଼େ ଦେଶର। ସମ୍ପୂର୍ଣ୍ଣ ଜାତିର ଅସମ୍ମାନ ହୁଏ। ସେଇଥିପାଇଁ ତ ଓଡ଼ିଆ ଜାତିର ବଦନାମ୍‌ ହେବ ବୋଲି ସେଦିନ ମଧୁବାବୁ ଏତେ ବଡ଼ ନିଷ୍ପତ୍ତି ନେଇଥିଲେ। ଚମଡ଼ାରେ ସାମାନ୍ୟ ଖଇଚା ଥିଲା ବୋଲି ସେଥିରୁ ନିର୍ମିତ ଜୋତା ସବୁକୁ ସେ ପୋଡ଼ି ଦେବାକୁ ଶ୍ରେୟସ୍କର ମଣିଥିଲେ। ଅଥଚ ଏବର ମଣିଷମାନେ ଜାଣିଶୁଣି ଭେଜାଲ, ଅପମିଶ୍ରଣରେ ଲିପ୍ତ ରହୁଛନ୍ତି। ନିମ୍ନମାନର ସାମଗ୍ରୀ ଉପରେ ଗୁଣାତ୍ମକର ମୋହର ଲଗାଇ ବଜାରକୁ ଛାଡ଼ୁଛନ୍ତି। ‘ଯିଏ ଯାହା କହୁ ମୋର ଢୋ’ ଏଭଳି ମାନସିକତା ମଣିଷ ଉପରେ ସବାର ହୋଇ ସାରିଛି।
ମହତ ଓ ନୈତିକତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗୋଟିଏ ଅପରଟିକୁ ରୁଦ୍ଧିମନ୍ତ କରେ, ବଳିଷ୍ଠ କରେ। ଗୋଟିଏ ଦୁର୍ବଳ ହେଲେ ଅନ୍ୟଟି ଦୂରେଇ ଯାଏ। ମାନ ମହତକୁ ଗୁରୁତ୍ୱ ଦେଉନଥିବା ମଣିଷ ନିକଟରେ ନୈତିକତା ଅର୍ଥହୀନ। ଆଉ ଯିଏ ନୀତିବାନ ତା’ ପାଇଁ ମାନ ମହତ ଅମୂଲ୍ୟ ସମ୍ପଦ। ଏଇ ଯେଉଁମାନେ ଦୁର୍ନୀତି ଗ୍ରସ୍ତ, ଯେଉଁମାନେ ହତ୍ୟା, ବଳାତ୍କାର, ଲୁଣ୍ଠନ ସହିତ ଜଡ଼ିତ, ଯେଉଁମାନେ ନିଶା କାରବାରରେ ସାମିଲ ସେମାନେ ନୀତି, ନୈତିକତା କ’ଣ ବୁଝନ୍ତି ନାହିଁ। ଏହି ଧରଣର ଲୋକମାନେ ମାନ ମହତ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ। ଗାଳି ଗୁଲଜ, ଜେଲ, ଜରିମାନା, ସମାଲୋଚନା, ତିରସ୍କାର ପ୍ରତି ସାମାନ୍ୟତମ ହେୟ ଜ୍ଞାନ ନଥାଏ। ଏମାନଙ୍କ ପାଇଁ ସ୍ବାର୍ଥ ହିଁ ସର୍ବସ୍ବ।
ସବୁଠାରୁ ବିଚିତ୍ର କଥା ହେଲା ଲୋକମାନେ ସମ୍ମାନ ପାଇବା ପାଇଁ ଯେମିତି ଲାଳାୟିତ ହେଉଛନ୍ତି ସମ୍ମାନ ରକ୍ଷା ନିମନ୍ତେ ସେତିକି ତପତ୍ରତା ପ୍ରକାଶ କରୁ ନାହାନ୍ତି। ଏଇ ଯେମିତି ପୁରସ୍କାର ପାଇବା, ସମ୍ବର୍ଦ୍ଧିତ ହେବା, ନିଜର ପ୍ରଶଂସା ଶୁଣିବା ସକାଶେ ଲୋକେ କେତେ କ’ଣ କରୁଛନ୍ତି। ନିଜ ସପକ୍ଷରେ ମିଛ ପ୍ରଶଂସାପତ୍ର ପ୍ରସ୍ତୁତ କରିବା, ତୋଷାମଦ କରିବା ଏପରିକି ଲାଞ୍ଚ ଦେଇ ନିଜ ନାମକୁ ତାଲିକାରେ ଦରଜ କରିବାକୁ ପଛାଉ ନାହାନ୍ତି। କିନ୍ତୁ କଲା କୁକର୍ମ ପାଇଁ ଏପଟେ ମହତ ଯାଉଛି ସେଥିପ୍ରତି ଆଦୌ ବିଚଳିତ ନୁହନ୍ତି।
ସତ କହିବାକୁ ଗଲେ ଇଜ୍ଜତର ଇତି ହୁଏ ମଣିଷ ତା’ର ନିଜର କଟୁମନ୍ତବ୍ୟ, ଆପିଜନକ ବ୍ୟବହାର ଏବଂ ଅନୈତିକ କାର୍ଯ୍ୟକଳାପ ଯୋଗୁ। ତୁଣ୍ଡ ବାଇଦ ସହସ୍ର କୋଷ ଭଳି ବଦନାମ୍‌ ରଟଇ ଖଣ୍ଡ ମଣ୍ଡଳ। ଇଜ୍ଜତ ପାଇବା ଯେତିକି କଠିନ ଓ କଷ୍ଟକର, ଇଜ୍ଜତ ହରାଇବା ସେତିକି ସହଜ ଓ ସରଳ। ନିମିଷକ ମାତ୍ରେ ସବୁ ମହତ ମାଟିରେ ମିଶିଯିବ ନିଜର ସାମାନ୍ୟ ଭୁଲ୍‌ ପାଇଁ। ଥରେ ଏହା ଚାଲିଗଲେ ଫେରିପାଇବା ସମ୍ଭବ ନୁହେଁ। ମାତ୍ର ଏହାକୁ ରକ୍ଷା କରିବାର ଦାୟିତ୍ୱ ସମ୍ପୂର୍ଣ୍ଣ ନିଜର। ଏଣୁ ଆସନ୍ତୁ ଯାହା କହିବା, ଯାହା କରିବା ତାହା ପୂର୍ବରୁ ସେହି ବାଣୀଟିକୁ ମନେ ପକାଇବା – ‘ଆପଣା ମହତ ଆପେ ରଖି’।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭

 

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, “ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri