ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ହାର୍ଟରୋଗ ଅନ୍ୟତମ। ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି, ତେବେ ହାର୍ଟର ଯତ୍ନ ନେବା ଜରୁରୀ। ନଚେତ୍‌ ଏହା ଅସମୟରେ ଜୀବନ ନେଇଯାଇପାରେ। ଚିନ୍ତା ଏବଂ ଅବସାଦ ଯୋଗୁ ବ୍ଲଡ୍‌ପ୍ରେସର ବଢ଼ିଥାଏ। ଏହାର ପ୍ରଭାବ ଆମ ହାର୍ଟ ଉପରେ ପଡ଼ିଥାଏ। ତେବେ ହାର୍ଟକୁ ସୁସ୍ଥ ରଖିବାକୁ ହେଲେ କ’ଣ କରିବା ଜରୁରୀ ଆସନ୍ତୁ ଜାଣିବା।

– ପ୍ରତିଦିନ ବ୍ୟାୟାମ କରିବା ସହ ସଠିକ୍‌ ଖାଦ୍ୟ ଖାଇବା ଉଚିତ୍‌।
– ଧୂମପାନ କରୁଥିଲେ ତୁରନ୍ତ ଏହି ଅଭ୍ୟାସ ପରିତ୍ୟାଗ କରନ୍ତୁ।
– ବାହାର ଖାଦ୍ୟ ଆଦୌ ଗ୍ରହଣ କରନ୍ତୁ ନାହିଁ।
– ଚିପ୍ସ ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଏହା ହାର୍ଟ ପ୍ରତି ହାନିକାରକ।
– ଖାଦ୍ୟରେ ଲୁଣ ନିହାତି ଆବଶ୍ୟକ। ମାତ୍ର ଆବଶ୍ୟକ ଠାରୁ ଅଧିକ ଲୁଣ ଖାଇବା ହାର୍ଟ ପ୍ରତି ହାନିକାରକ।
ଆମେରିକୀୟ ହାର୍ଟ ଆସୋସିଏଶନ ଅନୁସାରେ, ଜଣେ ବ୍ୟକ୍ତି ଦିନ ତମାମ ୨୩୦୦ମିଲିଗ୍ରାମ ଖାଇବା ପାଇ ଚାହିଁଥାନ୍ତି। ମାତ୍ର ୧୫୦୦ ଗ୍ରାମରୁ ଅଧିକ ଲୁଣ ଖାଇଲେ ବ୍ଲଡ ପ୍ରେସର ବଢ଼ିଯାଇଥାଏ। ଏହାର କୁପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ଖାଲି ଏତିକି ନୁହେଁ, ଅତ୍ୟଧିକ ଲୁଣ ଖାଇଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ।