‘ଯାହା ପ୍ରତିଶ୍ରୁତି ଦେଇଛ ପାଳିବ’

ଭୁବନେଶ୍ବର,୮ା୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସୋମବାର ଶେଷ ହୋଇଥିବା ବେଳେ ଗୁରୁବାର ଏହାର ଫଳାଫଳ ପ୍ରକାଶ ପାଇବ। ତେବେ ଏହି ଉପନିର୍ବାଚନରେ ବିଜୟୀ ହେବା ଲାଗି ଉଭୟ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି। ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ପଦ୍ମପୁରରେ ସବୁ ପ୍ରକାର ବଳ ଲଗାଇ ଦେଇଥିଲା। ତେବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ବିଜେଡିର ସବୁ ନେତା ଉପସ୍ଥିତ ଥିଲେ। ପଦ୍ମପୁରରେ ଯାହା ପ୍ରତିଶ୍ରୁତି ଦେଇଛ ତାକୁ ପୂରଣ କରିବାକୁ କୁଆଡ଼େ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ବିଜେଡି ପଦ୍ମପୁର ଉପନିର୍ବାଚନ ଦାୟିତ୍ୱ ପଶ୍ଚିମ ଓଡ଼ିଶାର ଦୁଇ ଆଗଧାଡ଼ିର ନେତା ସୁଶାନ୍ତ ସିଂ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତରେ ନ୍ୟସ୍ତ କରିଥିଲା। ସେମାନଙ୍କ ଅଧୀନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ଅନ୍ୟ ନେତାମାନଙ୍କୁ ରଖାଯାଇଥିଲା। ମୁଖ୍ୟତଃ ପଦ୍ମପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ ଦାୟିତ୍ୱରେ ଜଣେ କିମ୍ବା ୨ ଜଣ ଲେଖା ନେତାଙ୍କୁ ରଖାଯାଇଥିଲା। ପଦ୍ମପୁର ଏନ୍‌ଏସି ଦାୟିତ୍ୱରେ ସୁଧୀର ସାମଲ ଥିବା ବେଳେ ପାଇକମାଳ ବ୍ଲକ ଦାୟିତ୍ୱରେ ନବ ଦାସ ଏବଂ ଅତନୁ ସବ୍ୟସଚୀ ନାୟକ, ପଦ୍ମପୁର ବ୍ଲକ ଦାୟିତ୍ୱରେ ପ୍ରତାପ ଜେନା ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଝାରବନ୍ଧ ଦାୟିତ୍ୱରେ ରାଜେନ୍ଦ୍ର ଢୋଲକିଆ ଏବଂ ପ୍ରତାପ ଦେବ ରହିଥିଲେ। ସେମାନଙ୍କ ବ୍ଲକ ଅଧୀନରେ ଆସୁଥିବା ଜିଲା ପରିଷଦ ଜୋନ୍‌ଗୁଡିକରେ ଜଣେ ଲେଖା ବିଧାୟକ ଏବଂ ଆଗଧାଡ଼ିର ନେତାଙ୍କୁ ରଖାଯାଇଥିଲା। ତେଣୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ନେତା ଏବଂ ଜିଲା ଦାୟିତ୍ୱରେ ଥିବା ନେତାଙ୍କୁ ଡାକି ଆଲୋଚନା କରିଥିଲେ। ଏହାପରେ ଜୋନ୍‌ ଓ୍ବାରି ଏବଂ ସେମାନଙ୍କ ଅଧୀନରେ ଆସୁଥିବା ପଞ୍ଚାୟତଗୁଡିକ ଦାୟିତ୍ୱରେ ଥିବା ନେତାମାନଙ୍କୁ ଗୋଟିଏ ଥରରେ ଡାକି ମୁଖ୍ୟମନ୍ତ୍ରୀ ଭେଟିବା ସହିତ ୧୫ ମିନିଟ୍‌ ଲେଖା ଆଲୋଚନା କରିଛନ୍ତି। ତେବେ ଏହି ନିର୍ବାଚନମଣ୍ଡଳୀରେ ମୋଟ ୮ଟି ଜିଲା ପରିଷଦ ଜୋନ୍‌ ରହିଛି। ପାଇକମାଳରେ ୩, ପଦ୍ମପୁର ୩ ଏବଂ ଝାରବନ୍ଧରେ ୨ଟି ଜିଲା ପରିଷଦ ଜୋନ୍‌ ରହିଛି। ସେହି ଅନୁଯାୟୀ ଏନ୍‌ଏସିକୁ ମିଶାଇ ଦେଖିଲେ ମୁଖ୍ୟମନ୍ତ୍ରୀ ପ୍ରାୟ ଅଢେଇ ଘଣ୍ଟା ସମସ୍ତଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଛନ୍ତି।

ଉକ୍ତ ବୈଠକରେ ଯୋଗଦେଇଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଡାକିବା ପରେ କେତେକ ନିର୍ଦ୍ଦିଷ୍ଟ କଥା ପଚାରିଛନ୍ତି। ପଦ୍ମପୁରରେ କାମ କରିବାକୁ କିପରି ଲାଗିଲା ଏବଂ ସେମାନେ ଦାୟିତ୍ୱରେ ଥିବା ଅଞ୍ଚଳରେ ବିଜେଡି କେତେ ଭୋଟ ପାଇବ। ଉପନିର୍ବାଚନରେ ବିଜେଡିର କେମିତି ହୋଇଛି ଏବଂ ଯାହା ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛ ସେଗୁଡିକ ଯେପରି ପାଳନ ହେବ ସେଥିପ୍ରତି ଧ୍ୟାନ ଦିଅ। ଏତିକି ଦିନ କାମ କରିବା ପରେ ଲୋକମାନେ ବିଜେଡିକୁ କାହିଁକି ଭୋଟ ଦେବେ ବୋଲି ତୁମେମାନେ ଭାବୁଛ। ଏଭଳି କେତେକ ପ୍ରଶ୍ନ ନବୀନ ନିବାସରେ ପଚରାଯାଇଥିବା ବୈଠକରେ ଯୋଗ ଦେଇଥିବା ଜଣେ ନେତା କହିଛନ୍ତି। ଏହାସହ ପଦ୍ମପୁରରୁ ଫେରିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମ ଲାଗି ଧନ୍ୟବାଦ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri