ଘରେ ରଖନ୍ତୁ ଏଇ ମୂର୍ତ୍ତି

ଘର ସଜାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ମୂର୍ତ୍ତି ଘରେ ରଖନ୍ତି। ତେବେ ଯଦି ବାସ୍ତୁଶାସ୍ତ୍ର ଅନୁସାରେ ମୂର୍ତ୍ତି ରଖାଯାଏ, ଘର ସୁନ୍ଦର ଦେଖାଯିବା ସହ ଅନେକ ଲାଭ ବି ମିଳେ। ବାସ୍ତୁଶାସ୍ତ୍ରରେ ପ୍ରାଣୀଙ୍କ ମୂର୍ତ୍ତି ରଖିବା ଶୁଭ ବୋଲି ଧରାଯାଏ। ତେଣୁ ଆସନ୍ତୁ ଜାଣିବା କେଉଁ ପ୍ରାଣୀର ମୂର୍ତ୍ତି ରଖିଲେ କେଉଁ ଫଳପ୍ରାପ୍ତି ହେବ।

ଓଟ ମୂର୍ତ୍ତି:ଓଟକୁ ସଂଘର୍ଷ ଓ ସଫଳତାର ପ୍ରତୀକଭାବେ ଗଣନା କରାଯାଏ। ଘରେ ଏହାର ମୂର୍ତ୍ତି ରଖିଲେ ଅନେକ ଫାଇଦା ମିଳିଥାଏ। ଏହା ଆପଣଙ୍କ ସଫଳତା ପଥରେ ଆସୁଥିବା ବାଧାକୁ ଦୂର କରିଥାଏ। ତା’ସହ ଏକାଗ୍ରତା ବି ବଢାଏ।
ଗାଈ ମୂର୍ତ୍ତି: ହିନ୍ଦୁଧର୍ମରେ ଗାଈକୁ ମାତାଭାବେ ସମ୍ମାନ ଦେଇ ପୂଜା କରାଯାଏ। ବିଶ୍ୱାସ କରାଯାଏ ଗାଈ ମଧ୍ୟରେ ସବୁ ଦେବୀଦେବତା ବାସ କରନ୍ତି। ତେଣୁ ଗାଈ ମୂର୍ତ୍ତିକୁ ରଖିଲେ ଘରକୁ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ଆସିଥାଏ। ତା’ସହ ଆପଣଙ୍କ ସନ୍ତାନର ଭାଗ୍ୟ ଉଦୟ ହୁଏ ବୋଲି ବିଶ୍ୱାସ ରହିଛି। ଗାଈର ପିତଳ ମୂର୍ତ୍ତି ରଖିଲେ ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ମଧ୍ୟ କୁହାଯାଏ।
ହରିଣ ମୂର୍ତ୍ତି: ହରିଣର ସ୍ବଭାବ ଚଞ୍ଚଳ ହୋଇଥାଏ। ହେଲେ ତା’ର ପରିସ୍ଥିତି ସହ ଲଢିବାର କ୍ଷମତା ବେଶ୍‌ ଭଲ ଥାଏ। ବିଶ୍ୱାସ କରାଯାଏ ହରିଣ ମୂର୍ତ୍ତି ଘରେ ରଖିଲେ ବ୍ୟବସାୟରେ ଉନ୍ନତି ଘଟିଥାଏ।
ହାତୀ ମୂର୍ତ୍ତି: ହାତୀକୁ ବୁଦ୍ଧି, ବଳ ଓ ସକାରାତ୍ମକତାର ପ୍ରତୀକ ଭାବେ ଗଣନା କରାଯାଏ। ହାତୀର ମୂର୍ତ୍ତି ଘରେ ରଖିଲେ ନିର୍ଣ୍ଣୟ ନେବା କ୍ଷମତା ବଢିଥାଏ। ତା’ସହ ଘରେ ସକାରାତ୍ମକତା ଆସିଥାଏ ଓ ଧନ ବୈଭବ ବଢିଥାଏ ବୋଲି କୁହାଯାଏ। ଶୟନ କକ୍ଷରେ ରୁପାର ହାତୀ ରଖିଲେ ରାହୁ ସମ୍ବନ୍ଧୀୟ ସବୁ ଦୋଷ ଦୂର ବୋଲି ବିଶ୍ୱାସ ରହିଛି।
ସିଂହ ମୂର୍ତ୍ତି: ଜଙ୍ଗଲର ରାଜା ସିଂହ। ସାହସ ଓ ବଳର ପ୍ରତୀକ ଇଏ। ତେଣୁ ଏହାର ମୂର୍ତ୍ତି ଘରେ ରଖିଲେ ଘର ଲୋକଙ୍କ ମନରେ ସାହସ ସବୁବେଳେ ଘର କରି ରହେ। ତା’ସହ ନିର୍ଣ୍ଣୟ ନେବାର କ୍ଷମତା ପ୍ରବଳ ହୋଇଥାଏ। ଆଉ ବ୍ୟକ୍ତିଙ୍କ ମଧ୍ୟରେ ତେଜ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଯୋଡା ହଂସ: ବାସ୍ତୁଶାସ୍ତ୍ର ଅନୁଯାୟୀ ଡ୍ରଇଂ ରୁମ ଅବା ବେଡ୍‌ ରୁମ୍‌ରେ ହଂସ ଯୋଡାର ମୂର୍ତ୍ତି ଅବା ଫଟୋ ରଖିଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ। ତା’ସହ ଘରର ପ୍ରତି ସଦସ୍ୟଙ୍କ ମଧ୍ୟରେ ପ୍ରେମ ଭାବ ବଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାକର ଉପରେ ଚାଲିଲେ ମିଳିବ ଏସବୁ ସୁଫଳ…

କେତେକଙ୍କର ପାଦ ଶୀତଦିନେ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ମଧ୍ୟ ଏହାର...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ଚୋପା…

ଡାଳିମ୍ବ ଖାଇସାରିବା ପରେ ଏହାର ଚୋପାକୁ ଫିଙ୍ଗି ଦିଆ ଯାଇଥାଏ। କିନ୍ତୁ ଏହାର ବହୁ ଉପକାରୀ ଗୁଣ ରହିଛି। ଏହାର ଚୋପାକୁ ପାଣିରେ ଭିଜାଇ ଜୁସ୍‌...

ଏହି ୪ କାରଣରୁ ଭାଙ୍ଗିଯାଏ ସମ୍ପର୍କ… ଜାଣନ୍ତୁ…

ସମ୍ପର୍କରେ ବୁଝାମଣାକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯଦି ବୁଝାମଣା ଠିକ୍‌ ରହେ ତେବେ ସାଥୀଙ୍କ ମଧ୍ୟରେ ମନମାଳିନ୍ୟ କମ୍‌ ହୁଏ। ବେଳେ ବେଳେ ଛୋଟ ଛୋଟ...

ମନ କଥା ଲୁଚାଇବାରେ ଓସ୍ତାଦ ଏହି ୩ ରାଶିର ବ୍ୟକ୍ତି , ହେଲେ ହୃଦୟ ସଫା

କିଛି ଲୋକ ଅଛନ୍ତି, ଯେଉଁମାନେ ମନ କଥା ସମସ୍ତଙ୍କ ଆଗରେ ବିନା ଦ୍ୱିଧାରେ କହିଦିଅନ୍ତି। ହେଲେ କିଛି ଲୋକ ବେଶ ଲାଜକୁଳା ସ୍ବଭାବର ଥାନ୍ତି। ଫଳରେ...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

କାହିଁକି ପିଇବେ ଉଷୁମ ଲେମ୍ବୁ ପାଣି…

ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ। ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ...

ସନ୍ତୁଳିତ ସୁଗାର ଦୂର କରେ ଷ୍ଟ୍ରୋକ୍‌ ଆଶଙ୍କା

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି। ହେଲେ ଏହାଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ସହ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ହୋଇଥାନ୍ତି ଭଲ ସ୍ତ୍ରୀ; ଚମକାଇଥାନ୍ତି ସ୍ବାମୀଙ୍କ ଭାଗ୍ୟ 

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ଅଧ୍ୟୟନ କରାଯାଇଛି। କୌଣସି ବ୍ୟକ୍ତିର ରାଶିରୁ ତାର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅନେକ କିଛି ଜଣାପଡ଼ିଥାଏ।...

Advertisement
Archives

Model This Week