ଘରେ ରଖନ୍ତୁ ଏଇ ମୂର୍ତ୍ତି

ଘର ସଜାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ମୂର୍ତ୍ତି ଘରେ ରଖନ୍ତି। ତେବେ ଯଦି ବାସ୍ତୁଶାସ୍ତ୍ର ଅନୁସାରେ ମୂର୍ତ୍ତି ରଖାଯାଏ, ଘର ସୁନ୍ଦର ଦେଖାଯିବା ସହ ଅନେକ ଲାଭ ବି ମିଳେ। ବାସ୍ତୁଶାସ୍ତ୍ରରେ ପ୍ରାଣୀଙ୍କ ମୂର୍ତ୍ତି ରଖିବା ଶୁଭ ବୋଲି ଧରାଯାଏ। ତେଣୁ ଆସନ୍ତୁ ଜାଣିବା କେଉଁ ପ୍ରାଣୀର ମୂର୍ତ୍ତି ରଖିଲେ କେଉଁ ଫଳପ୍ରାପ୍ତି ହେବ।

ଓଟ ମୂର୍ତ୍ତି:ଓଟକୁ ସଂଘର୍ଷ ଓ ସଫଳତାର ପ୍ରତୀକଭାବେ ଗଣନା କରାଯାଏ। ଘରେ ଏହାର ମୂର୍ତ୍ତି ରଖିଲେ ଅନେକ ଫାଇଦା ମିଳିଥାଏ। ଏହା ଆପଣଙ୍କ ସଫଳତା ପଥରେ ଆସୁଥିବା ବାଧାକୁ ଦୂର କରିଥାଏ। ତା’ସହ ଏକାଗ୍ରତା ବି ବଢାଏ।
ଗାଈ ମୂର୍ତ୍ତି: ହିନ୍ଦୁଧର୍ମରେ ଗାଈକୁ ମାତାଭାବେ ସମ୍ମାନ ଦେଇ ପୂଜା କରାଯାଏ। ବିଶ୍ୱାସ କରାଯାଏ ଗାଈ ମଧ୍ୟରେ ସବୁ ଦେବୀଦେବତା ବାସ କରନ୍ତି। ତେଣୁ ଗାଈ ମୂର୍ତ୍ତିକୁ ରଖିଲେ ଘରକୁ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ଆସିଥାଏ। ତା’ସହ ଆପଣଙ୍କ ସନ୍ତାନର ଭାଗ୍ୟ ଉଦୟ ହୁଏ ବୋଲି ବିଶ୍ୱାସ ରହିଛି। ଗାଈର ପିତଳ ମୂର୍ତ୍ତି ରଖିଲେ ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ମଧ୍ୟ କୁହାଯାଏ।
ହରିଣ ମୂର୍ତ୍ତି: ହରିଣର ସ୍ବଭାବ ଚଞ୍ଚଳ ହୋଇଥାଏ। ହେଲେ ତା’ର ପରିସ୍ଥିତି ସହ ଲଢିବାର କ୍ଷମତା ବେଶ୍‌ ଭଲ ଥାଏ। ବିଶ୍ୱାସ କରାଯାଏ ହରିଣ ମୂର୍ତ୍ତି ଘରେ ରଖିଲେ ବ୍ୟବସାୟରେ ଉନ୍ନତି ଘଟିଥାଏ।
ହାତୀ ମୂର୍ତ୍ତି: ହାତୀକୁ ବୁଦ୍ଧି, ବଳ ଓ ସକାରାତ୍ମକତାର ପ୍ରତୀକ ଭାବେ ଗଣନା କରାଯାଏ। ହାତୀର ମୂର୍ତ୍ତି ଘରେ ରଖିଲେ ନିର୍ଣ୍ଣୟ ନେବା କ୍ଷମତା ବଢିଥାଏ। ତା’ସହ ଘରେ ସକାରାତ୍ମକତା ଆସିଥାଏ ଓ ଧନ ବୈଭବ ବଢିଥାଏ ବୋଲି କୁହାଯାଏ। ଶୟନ କକ୍ଷରେ ରୁପାର ହାତୀ ରଖିଲେ ରାହୁ ସମ୍ବନ୍ଧୀୟ ସବୁ ଦୋଷ ଦୂର ବୋଲି ବିଶ୍ୱାସ ରହିଛି।
ସିଂହ ମୂର୍ତ୍ତି: ଜଙ୍ଗଲର ରାଜା ସିଂହ। ସାହସ ଓ ବଳର ପ୍ରତୀକ ଇଏ। ତେଣୁ ଏହାର ମୂର୍ତ୍ତି ଘରେ ରଖିଲେ ଘର ଲୋକଙ୍କ ମନରେ ସାହସ ସବୁବେଳେ ଘର କରି ରହେ। ତା’ସହ ନିର୍ଣ୍ଣୟ ନେବାର କ୍ଷମତା ପ୍ରବଳ ହୋଇଥାଏ। ଆଉ ବ୍ୟକ୍ତିଙ୍କ ମଧ୍ୟରେ ତେଜ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଯୋଡା ହଂସ: ବାସ୍ତୁଶାସ୍ତ୍ର ଅନୁଯାୟୀ ଡ୍ରଇଂ ରୁମ ଅବା ବେଡ୍‌ ରୁମ୍‌ରେ ହଂସ ଯୋଡାର ମୂର୍ତ୍ତି ଅବା ଫଟୋ ରଖିଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ। ତା’ସହ ଘରର ପ୍ରତି ସଦସ୍ୟଙ୍କ ମଧ୍ୟରେ ପ୍ରେମ ଭାବ ବଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?