Categories: ଜାତୀୟ

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ

ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୬ ଜଣ ତୀର୍ଥଯାତ୍ରୀ ଥିଲେ। ସମସ୍ତଙ୍କ ମୃତ୍ୟୁ ହୋଇଛି। ଖରାପ ପାଣିପାଗ ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡିଛି।

Share