ପରିବହନର ପ୍ରମୁଖ ପଥ ପାଲଟିଛି କେଡିଏସ୍‌

ଭୁବନେଶ୍ୱର,୧୫।୯: ଦେଶର ସର୍ବପୁରାତନ ତଥା ପ୍ରମୁଖ ବନ୍ଦର ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର କୋଲକାତା (ଏସ୍‌ଏମ୍‌ପିକେ) ପକ୍ଷରୁ ବ୍ୟବସାୟିକ ବୃଦ୍ଧି ଓ ମିଳିତ କାରବାର ଉଦ୍ଦେଶ୍ୟରେ ବୁଧବାର ସ୍ଥାନୀୟ ଏକ ହୋଟେଲରେ ‘ମିଟ୍‌ ଓଡ଼ିଶା’ ନାମରେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷ କରି ଏସ୍‌ଏମ୍‌ପିକେରେ କୋଲକାତା ଡକ୍‌ ସିଷ୍ଟମ (କେଡିଏସ୍‌) ଏବଂ ହଳଦିଆ ଡକ୍‌ କମ୍ପ୍ଲେକ୍ସ (ଏଚ୍‌ଡିସି) ର ଏକ ସୁନ୍ଦର ଏବଂ ସୁଗମ ଭୌଗୋଳିକ ପରିସୀମା ଭାରତର ପୂର୍ବାଞ୍ଚଳରେ ଅବସ୍ଥିତ ରହିଛି। ଏ ସମ୍ପର୍କରେ ଏସ୍‌ଏମ୍‌ପିକେର ଅଧ୍ୟକ୍ଷ ବିନୀତ କୁମାର କହିଛନ୍ତି, ବିଭିନ୍ନ ସୁବିଧା ସହ ଫ୍ଲୋଟିଂ କ୍ରେନ୍‌ ନିୟୋଜିତ କରି ସମ୍ପୂର୍ଣ୍ଣ ଭାରପ୍ରାପ୍ତ ଜାହାଜ ପରିଚାଳନା ପାଇଁ ଏସ୍‌ଏମ୍‌ପିକେ ମଧ୍ୟ ବାଣିଜ୍ୟକୁ ସୁଗମ କରୁଛି।

ଆଙ୍କୋରେଜ କାର୍ଯ୍ୟକୁ ସୁଗମ କରିବା ପାଇଁ ଉକ୍ତ ଫ୍ଲୋଟିଂ କ୍ରେନ୍‌ଗୁଡ଼ିକ ଏକ ବ୍ୟାରେଜ ମାଧ୍ୟମରେ ଛିଡ଼ାହୋଇ ରହିଥାଏ। ସେହିଭଳି କାର୍ଗୋ ଏଗ୍ରିଗେସନ ଏବଂ ଇଭାକୁଏସନ ସୁବିଧା ପାଇଁ ବନ୍ଦର ଭିତରେ ଅନେକ ରେଳ ସାଇଡିଂ ମଧ୍ୟ ରହିଛି। ଏହା ଜରିଆରେ ନିରବଚ୍ଛିନ୍ନ ଏବଂ ଦକ୍ଷତାର ସହ ରେକ୍‌ ପରିଚାଳନାକୁ ସହଜ କରିପାରିବ। କେଡିଏସ୍‌ର ରେଫର ଭିିତ୍ତିଭୂମି ବ୍ୟବହାର କରିବାକୁ ଆମେ ସମ୍ପୃକ୍ତ ହିତାଧିକାରୀମାନଙ୍କୁ ସ୍ବାଗତ କରୁଛୁ। ଏଥିପାଇଁ ଏସ୍‌ଏମ୍‌ପିକେ ଆବଶ୍ୟକ ସ୍ଥଳେ ବନ୍ଦର ମୂଲ୍ୟର ଉପଯୁକ୍ତ ରିହାତି ସହ ସମସ୍ତ ସମ୍ଭାବ୍ୟ ସହାୟତା ବୃଦ୍ଧି କରିବାକୁ ନିଶ୍ଚିତ କରିଥାଏ। ଏହା ସହିତ ଏସ୍‌ଏମ୍‌ପିକେ ରେଫର ପ୍ଲଗ୍‌-ଇନ୍‌ ଚାର୍ଜରେ ୧୫% ରିହାତି ପ୍ରଦାନ କରିବାକୁ ଅଫର ମଧ୍ୟ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଭିତ୍ତିଭୂମି ବିକାଶ ଲାଗି ଲକ୍ଷେ କୋଟି

ନୂଆଦିଲ୍ଲୀ,୮।୭ : କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ୧ ଲକ୍ଷ କୋଟି ଟଙ୍କାର ଏଗ୍ରି ଇନ୍‌ଫ୍ରା...

ସ୍ପର୍ଶ ହସ୍ପିଟାଲ୍‌ର ‘ୱିନର୍ସ ଅଫ୍‌ ଲାଇଫ୍‌’

ଭୁବନେଶ୍ୱର,୧୮।୧୦:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସ୍ପର୍ଶ ହସ୍ପିଟାଲ’ ପକ୍ଷରୁ ବିଶ୍ୱ ସ୍ତନ କର୍କଟ ସଚେତନତା ମାସ ପରିପ୍ରେକ୍ଷୀରେ ‘ୱିନର୍ସ ଅଫ୍‌ ଲାଇଫ୍‌’ ଶୀର୍ଷକ ଏକ କର୍ମଶାଳା...

ହ୍ୟୁଣ୍ଡାଇର ନୂଆ କନେକ୍‌ଟେଡ ଏସ୍‌ୟୁଭି ‘ଭେନ୍ୟୁ’

ଭୁବନେଶ୍ୱର,୨୩-୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ କନେକଟେଡ ଏସ୍‌ୟୁଭି ଭେନ୍ୟୁ ବଜାରକୁ ଆସିଛି। ଏହା କମ୍ପାନୀର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ୍ସ ହୋଇଥିବା...

ଟାଟା ଷ୍ଟିଲ୍‌କୁ ଡିଇଆଇ-ଲାଇଟ୍‌ହାଉସ୍‌ ମାନ୍ୟତା

ନୂଆଦିଲ୍ଲୀ,୨୮।୧: ଟାଟା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌)...

ଓଡ଼ିଶାରେ ଗ୍ରାହକଙ୍କ କ୍ରୟଶକ୍ତି ବେଶ୍‌ ଉନ୍ନତ: ସଞ୍ଜୟ ଲୋହିଆ

ବ୍ରାଣ୍ଡେଡ୍‌ ଜୋତାର ସୁପର ଷ୍ଟକିଷ୍ଟ ଭାବେ ଭୁବନେଶ୍ୱରର ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷେତ୍ରରେ ବେଶ୍‌ ଜଣାଶୁଣା। ଶୁ’ର ବିଭିନ୍ନ ବ୍ରାଣ୍ଡ ଯୋଗାଣ ଦିଗରେ...

ନୂଆ ଇ-ମାର୍କେଟ ପ୍ଲାଟ୍‌ଫର୍ମ ଶୁଭାରମ୍ଭ

ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା...

ଫ୍ୟାଶନିଷ୍ଟାର ୨ଦିନିଆ ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର, ୨୪ା୯: ଦେଶର ପ୍ରମୁଖ ଘରୋଇ ପ୍ରଦର୍ଶନୀକାରୀ ସଂସ୍ଥା ‘ଫ୍ୟାଶନିଷ୍ଟା’ ପକ୍ଷରୁ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଉତ୍ସବର ଆୟୋଜନ କରାଯାଇଛି। ଶୁକ୍ରବାରଠାରୁ ସ୍ଥାନୀୟ ଜୟଦେବ ବିହାରସ୍ଥିତ...

ମୁଦ୍ରାସ୍ଫୀତିକୁ ଆକର୍ଷିତ କରିଥିଲା ସୁନା ଇଟିଏଫ୍‌

ନୂଆଦିଲ୍ଲୀ, ୭ା୨: ଗତ କିଛିବର୍ଷ ହେବ ସୁନା ଆମଦାନୀ ଭାରତରେ ବୃଦ୍ଧି ପାଇଛି। ଏହାର ପ୍ରଭାବ ମଧ୍ୟ ବଜାର ଉପରେ ପଡୁଥିବା ଦେଖିବାକୁ ମିଳିଛି। ୨୦୨୧ରେ...

Advertisement
Archives

Model This Week