Posted inଖେଳ

କେସିଏର ବଡ଼ ପଦକ୍ଷେପ: ଶ୍ରୀସନ୍ଥ ୩ବର୍ଷ ସସ୍‌ପେଣ୍ଡ

ଥିରୁଭାନନ୍ତପୁରମ,୨ା୫: ଚାମ୍ପିୟନ୍ସ ଟ୍ରଫି ପାଇଁ ସଞ୍ଜୁ ସାମ୍‌ସନଙ୍କୁ ଭାରତୀୟ କ୍ରିକେଟ ଦଳରୁ ବାଦ୍‌ ଦିଆଯିବା ବିବାଦୀୟ ପ୍ରସଙ୍ଗରେ ମିଥ୍ୟା ଓ ଅପମାନଜନକ ବୟାନ ଦେଇଥିବାରୁ କେରଳ କ୍ରିକେଟ ଆସୋସିଏଶନ (କେସିଏ) ପୂର୍ବତନ ଭାରତ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥଙ୍କୁ ୩ ବର୍ଷ ସସ୍‌ପେଣ୍ଡ କରିଛି।  କୋଚିରେ କେସିଏର ସ୍ବତନ୍ତ୍ର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀସନ୍ଥ ବର୍ତ୍ତମାନ କେରଳ କ୍ରିକେଟ ଲିଗ୍‌ରେ କୋଲାମ ଏରିଜ ନାମକ ଏକ ଫ୍ରାଞ୍ଚାଇଜ୍‌ର ସହ-ମାଲିକ ଅଛନ୍ତି। ପୂର୍ବରୁ ତାଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଶ୍ରୀସନ୍ଥଙ୍କ ସହିତ କୋଲାମ ଏରିଜ, ଅଲାପୁଝା ଟିମ୍‌ ଲିଡ୍‌ ଓ ଅଲ୍ଲାପୁଝା ରିପ୍ଲେସ ଫ୍ରାଞ୍ଚାଇଜ୍‌ ଦଳକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ଫ୍ରାଞ୍ଚାଇଜ ଟିମ୍‌ଗୁଡ଼ିକ ସନ୍ତୋଷଜନକ ଉତ୍ତର ଦେଇଥିବାରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେବେ ଟିମ୍‌ ମ୍ୟାନେଜମେଣ୍ଟର ସଦସ୍ୟ ନିଯୁକ୍ତି ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀସନ୍ଥ ଦୁଇଟି ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ।

ଏକ ମାଲାୟଲମ ଟେଲିଭିଜନ ଚ୍ୟାନେଲରେ ଏକ ପ୍ୟାନେଲ ସହିତ ଆଲୋଚନା ବେଳେ ସେ ରାଜ୍ୟ କ୍ରିକେଟ ଆସୋସିଏଶନ ଓ ସାମସନଙ୍କୁ ନେଇ ତାଙ୍କର ମନ୍ତବ୍ୟ ଦେଇଥିଲେ। ଏଥିରେ ସେ ସାମସନଙ୍କ ପ୍ରତି ତାଙ୍କ ର ସମର୍ଥନ ଜ୍ଞାପନ କରିବା ସହ କେରଳର ଅନ୍ୟ ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟକରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ। ବିଜୟ ହଜାରେ ଟ୍ରଫି ପାଇଁ କେରଳ ଦଳରୁ ସାମ୍‌ସନଙ୍କୁ ବାଦ୍‌ ଦିଆଯିବାରୁ ଭାରତର ଚାମ୍ପିୟନ୍ସ ଟ୍ରଫି ଦଳ ପାଇଁ ଏହି ଖେଳାଳିଙ୍କ ସମ୍ଭାବନାକୁ ପ୍ରଭାବିତ କରିଥିଲା ବୋଲି ଦର୍ଶାଇ ସେ କେସିଏକୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri