Posted inଖେଳ

କେସିଏର ବଡ଼ ପଦକ୍ଷେପ: ଶ୍ରୀସନ୍ଥ ୩ବର୍ଷ ସସ୍‌ପେଣ୍ଡ

ଥିରୁଭାନନ୍ତପୁରମ,୨ା୫: ଚାମ୍ପିୟନ୍ସ ଟ୍ରଫି ପାଇଁ ସଞ୍ଜୁ ସାମ୍‌ସନଙ୍କୁ ଭାରତୀୟ କ୍ରିକେଟ ଦଳରୁ ବାଦ୍‌ ଦିଆଯିବା ବିବାଦୀୟ ପ୍ରସଙ୍ଗରେ ମିଥ୍ୟା ଓ ଅପମାନଜନକ ବୟାନ ଦେଇଥିବାରୁ କେରଳ କ୍ରିକେଟ ଆସୋସିଏଶନ (କେସିଏ) ପୂର୍ବତନ ଭାରତ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥଙ୍କୁ ୩ ବର୍ଷ ସସ୍‌ପେଣ୍ଡ କରିଛି।  କୋଚିରେ କେସିଏର ସ୍ବତନ୍ତ୍ର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀସନ୍ଥ ବର୍ତ୍ତମାନ କେରଳ କ୍ରିକେଟ ଲିଗ୍‌ରେ କୋଲାମ ଏରିଜ ନାମକ ଏକ ଫ୍ରାଞ୍ଚାଇଜ୍‌ର ସହ-ମାଲିକ ଅଛନ୍ତି। ପୂର୍ବରୁ ତାଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଶ୍ରୀସନ୍ଥଙ୍କ ସହିତ କୋଲାମ ଏରିଜ, ଅଲାପୁଝା ଟିମ୍‌ ଲିଡ୍‌ ଓ ଅଲ୍ଲାପୁଝା ରିପ୍ଲେସ ଫ୍ରାଞ୍ଚାଇଜ୍‌ ଦଳକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ଫ୍ରାଞ୍ଚାଇଜ ଟିମ୍‌ଗୁଡ଼ିକ ସନ୍ତୋଷଜନକ ଉତ୍ତର ଦେଇଥିବାରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେବେ ଟିମ୍‌ ମ୍ୟାନେଜମେଣ୍ଟର ସଦସ୍ୟ ନିଯୁକ୍ତି ବେଳେ ଅଧିକ ସାବଧାନତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀସନ୍ଥ ଦୁଇଟି ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ।

ଏକ ମାଲାୟଲମ ଟେଲିଭିଜନ ଚ୍ୟାନେଲରେ ଏକ ପ୍ୟାନେଲ ସହିତ ଆଲୋଚନା ବେଳେ ସେ ରାଜ୍ୟ କ୍ରିକେଟ ଆସୋସିଏଶନ ଓ ସାମସନଙ୍କୁ ନେଇ ତାଙ୍କର ମନ୍ତବ୍ୟ ଦେଇଥିଲେ। ଏଥିରେ ସେ ସାମସନଙ୍କ ପ୍ରତି ତାଙ୍କ ର ସମର୍ଥନ ଜ୍ଞାପନ କରିବା ସହ କେରଳର ଅନ୍ୟ ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟକରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ। ବିଜୟ ହଜାରେ ଟ୍ରଫି ପାଇଁ କେରଳ ଦଳରୁ ସାମ୍‌ସନଙ୍କୁ ବାଦ୍‌ ଦିଆଯିବାରୁ ଭାରତର ଚାମ୍ପିୟନ୍ସ ଟ୍ରଫି ଦଳ ପାଇଁ ଏହି ଖେଳାଳିଙ୍କ ସମ୍ଭାବନାକୁ ପ୍ରଭାବିତ କରିଥିଲା ବୋଲି ଦର୍ଶାଇ ସେ କେସିଏକୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri