‘କୌନ ବନେଗା କରୋଡପତି-୧୪’କୁ ମିଳିଲା ପ୍ରଥମ କୋଟିପତି; ଗୃହିଣୀ ମାରିଲେ ବାଜି

ବମ୍ବେ: ‘କୌନ ବନେଗା କରୋଡପତି’ର ୧୪ତମ ସଂସ୍କରଣକୁ ମିଳିଲା ପ୍ରଥମ କୋଟିପତି। କୋହ୍ଲାପୁରର ଗୃହିଣୀ କବିତା ଚାଓ୍ବଲା ୧ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି। ଚଳିତ ସିଜନରେ ପ୍ରଥମ ପ୍ରତିଯୋଗୀ ଭାବେ ସେ ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଛନ୍ତି। ଏହାପରେ ୭.୫ କୋଟି ଟଙ୍କା ପ୍ରଶ୍ନର ଉତ୍ତର ଦେବାକୁ ହଟ୍‌ ସିଟ୍‌ରେ ସେ ଥିବାରୁ ଅଧିକ ଟଙ୍କା ଜିତିବେ ବୋଳି ଆଶା କରାଯାଉଛି।

ନିଜ ଖୁସି ବ୍ୟକ୍ତ କରି କବିତା କହିଛନ୍ତି, ଏକ କୋଟି ଜିତିଥିବା ପ୍ରଥମ ପ୍ରତିଯୋଗୀ ହୋଇଥିବାରୁ ଗର୍ବ ଲାଗୁଛି। ପରବର୍ତ୍ତୀ ସୋପାନ ୭.୫ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେବାକୁ ଆଶା କରୁଛି। ମୋ ବାପା ଏବଂ ପୁଅ ବିବେକ ମୁମ୍ବାଇରେ ଅଛନ୍ତି। ମୁଁ ୧ କୋଟି ଜିତିଛି ବୋଲି ପରିବାରରେ କେହି ଜାଣି ନାହାନ୍ତି। ମୁଁ ଚାହୁଁଛି ଯେ ସେମାନେ ଶୋ’ ଦେଖନ୍ତୁ ଏବଂ ସରପ୍ରାଇଜ୍‌ ହୁଅନ୍ତୁ।

ତେବେ ୨୦୦୦ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ‘କୌନ ବନେଗା କରୋଡପତି’। ସେବେଠାରୁ ଶୋ’ରେ ଭାଗ ନେବାକୁ ଚାହୁଁଥିଲେ କବିତା। ହେଲେ ୨୧ ବର୍ଷ ୧୦ ମାସ ପରେ ତାଙ୍କୁ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ସିଟ୍‌ରେ ବସିବାର ସୁଯୋଗ ମିଳିଥିଲା। ପାଠପଢ଼ା ଦେଖିଲେ ସେ ଯୁକ୍ତ ୨ ଯାଏ ପଢ଼ିଛନ୍ତି। ମାତ୍ର ସେ ଲେଖାପଢ଼ା ଛାଡ଼ି ନ ଥିଲେ। ପୁଅଙ୍କୁ ପଢ଼ାଇବା ବେଳେ ସେ ମଧ୍ୟ ପଢ଼ୁଥିଲେ, ଯାହା ତାଙ୍କୁ ଆଜି ଜିତିବାରେ ସହାୟତା କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri