କାଜାଖସ୍ତାନର ଏକ ଛାତ୍ରାବାସରେ ଅଗ୍ନିକାଣ୍ଡ: ୧୩ ମୃତ

କାଜାଖସ୍ତାନ,୩୦।୧୧: ଗୁରୁବାର କାଜାଖସ୍ତାନର ବୃହତ୍ତମ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସହରର ଜରୁରୀକାଳୀନ ବିଭାଗ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି। ସୂଚନାନୁଯାୟୀ, ଦୁର୍ଘଟଣା ସମୟରେ ହଷ୍ଟେଲରେ ସମୁଦାୟ ୭୨ ଜଣ ଥିଲେ, ଯେଉଁଥିରୁ ୫୯ ଜଣ ବାହାରକୁ ଯିବାରେ ସଫଳ ହୋଇଥିଲେ ମଧ୍ୟ ୧୩ ଜଣ ନିଆଁରେ ଫସିଯାଇଥିଲେ। ଯାହା ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇପାରିନଥିଲା।

Share