ଅମୃତ ମହୋତ୍ସବରେ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଲା କାୟକଳ୍ପ ପୁରସ୍କାର

ଜମନକିରା,୧୬।୮: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ କେନାଢିପା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାୟକଳ୍ପ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡା. ବାସନ୍ତୀ ତାଣ୍ଡିଆଙ୍କ ସଭାପତିତ୍ୱରେ ଏହା ପରିଚାଳିତ ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କୁ ମିଳୁଥିବା ଏହି ପୁରସ୍କାର ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ କରାଯାଇଛି। କାର୍ଯ୍ୟକ୍ରମରେ କେନାଢିପା ସରପଞ୍ଚ କଲ୍ୟାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏହି ପୁରସ୍କାର ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା. ନିରୁପମା ମହାପାତ୍ର, ବିଜୟ ରଞ୍ଜନ ଦ୍ବିବେଦୀ, ସସ୍ତିକା ପଟେଲ, ଶମ୍ଭୁନାଥ ସାହୁ, ନିଶିତ ପଟେଲ, ବିନୋଦ ବଞ୍ଛୁର, ଶରତ ବେହେରା ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା। ଏଏନ୍‌ଏମ ରଞ୍ଜିତା ବେହେରା, ଜମନକିରା ବ୍ଲକ ନେହେରୁ ଯୁବ କେନ୍ଦ୍ରର ଯୁବ ସ୍ବେଛାସେବୀ ମାନସ ଦେହୁରୀ, ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଭିଡିଓ ପ୍ରସ୍ତୁତ କରିଥିବା ମୁକେଶ ସହଁଶିଆଙ୍କ ସହ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।