ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ‘କାୟାକଳ୍ପ’ ଅନୁଧ୍ୟାନ, ସନ୍ତୋଷବ୍ୟକ୍ତ କଲେ….

ଥୁଆମୂଳ ରାମପୁର,୧୨ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ପରିସରରେ ବୁଧବାର ସମ୍ମାନଜନକ ‘କାୟାକଳ୍ପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ସ୍ବଚ୍ଛତା, ପରିମଳ ଏବଂ ସେବାର ମାନ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ପ୍ରତିନିଧି ଦଳ ଏହି ବାହ୍ୟ ମୂଲ୍ୟାୟନ (External Assessment) କରିଛନ୍ତି । ଏହି ଅବସରରେ ଜିଲା କାର୍ଯ୍ୟକ୍ରମ ପରିଚାଳକ (DPM) ଦିଲ୍ଲୀପ କୁମାର ଦୁବେ, ଡି.ଏମ. ଆର.ସି.ଏଚ୍ ରଶ୍ମି ରଞ୍ଜନ ମହାନ୍ତି, ବି.ପି.ଏଚ.ଓ ଡାକ୍ତର ପ୍ରଦୋଷ କୁମାର ପଣ୍ଡା ଓ ପି.ଓ ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ ଅନୁଧ୍ୟାନ କରିଥିଲେ।

ରାଜ୍ୟ ମିଶନ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ବାହ୍ୟ ପରୀକ୍ଷକ ଭାବେ ଖାଦ୍ୟ ନିରାପତ୍ତା ଯୁଗ୍ମ କମିଶନର ଡାକ୍ତର କ୍ଷେତ୍ରମୋହନ କାଣ୍ଡ, ପି.ଟି.ସି ପରାମର୍ଶଦାତା ସୁଧାଂଶୁ ଶେଖର ସାମନ୍ତ ଏବଂ ଏସ.ପି.ଏମ (ଅରମାନ) ଡାକ୍ତର ଦେବବ୍ରତ ମହାପାତ୍ର ଯୋଗଦେଇ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଓ ସେବା ପ୍ରକ୍ରିୟାର ସମୀକ୍ଷା କରିଥିଲେ। ଚିକିତ୍ସାଳୟର ରୂପରେଖ ଓ ଗୁଣବତ୍ତା ବଜାୟ ରଖିବାରେ ନିୟୋଜିତ କର୍ମଚାରୀଙ୍କ ଭୂମିକାକୁ ଅଧିକାରୀମାନେ ପ୍ରଶଂସା କରିଥିଲେ ।

ଏହି ଅନୁଧ୍ୟାନ ସମୟରେ ପି.ଏଚ.ଇ.ଓ ମମତା ସାହୁ, ବି.ପି.ଏମ ଦୀପକ କୁମାର ମାଝୀ, ଡି.ଭି.ବି.ଡି.ସି ଦିନେଶ କୁମାର ପ୍ରହରାଜ, ବି.ଡି.ଏମ ଅମୂଲ୍ୟ କୁମାର ନାଏକ, ବି.ଏ.ଏମ ନାରାୟଣ ମିଶ୍ର, ଏସ.ଟି.ଏସ ସଞ୍ଜୟ କୁମାର ମୁଣ୍ଡ ଏବଂ ଏମ.ଟି.ଏସ (MTS) ଅଜିତ କୁମାର ପଣ୍ଡା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିସହ ଡାକ୍ତର ରେନି ଅଗ୍ରୱାଲ ଓ ଡାକ୍ତର ଶକ୍ତି ସାଗର ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଭଳି ସମଗ୍ର ଓଡ଼ିଶାରେ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା ପାଇଁ ‘କାୟାକଳ୍ପ’ ପୁରସ୍କାର ପାଇଁ ଏହି ଆକଳନ କରାଯାଉଛି । ଥୁଆମୂଳ ରାମପୁର CHC ର କାର୍ଯ୍ୟଧାରାକୁ ନେଇ ଅଧିକାରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କୁ ହଇରାଣ କରିପାରିବେ ନାହିଁ ରିକଭରି ଏଜେଣ୍ଟ, କଠୋର ନିୟମ ଲାଗୁ କଲା RBI, ଘରେ ପହଞ୍ଚିଲେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୨: RBI ପରିଚାଳିତ ଆର୍ଥିକ ପ୍ରତିଷ୍ଠାନ (ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, NBFC, ଗୃହ ଆର୍ଥିକ କମ୍ପାନୀ, ସମବାୟ ବ୍ୟାଙ୍କ, ଇତ୍ୟାଦି) ଦ୍ୱାରା ନିଯୁକ୍ତ ରିକଭରି ଏଜେଣ୍ଟମାନେ ଆଉ…

ଥୁଆମୂଳ ରାମପୁରରେ ‘ଭାରତ ବନ୍ଦ’ର ମିଶ୍ରିତ ପ୍ରଭାବ: ସାଧାରଣ ଜନତା ଅତିଷ୍ଠ, କଂଗ୍ରେସ-AICCTU କର୍ମୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଥୁଆମୂଳ ରାମପୁର,୧୨।୦୨,(ଦୁର୍ଗା କୀର୍ତ୍ତି): ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ଗୁରୁବାର ଥୁଆମୂଳ ରାମପୁର ବ୍ଲକରେ ମିଶ୍ରିତ ରହିଥିବା ବେଳେ ଏହାକୁ…

୨୦୨୬ବଜେଟ ଉପସ୍ଥାପନା ସହ ଭାଜପାର ସମର୍ପଣ ଦିବସ ପାଳିତ, ସରକାରଙ୍କ ଭିବି-ଜି-ରାମଜୀ ଯୋଜନା ସମ୍ପର୍କରେ ଆଲୋଚନା

ଦାରିଙ୍ଗବାଡି, ୧୨।୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଭାଜପାର ଶକ୍ତିକେନ୍ଦ୍ର ଠାରେ ଚଳିତ ବଜେଟ ଉପସ୍ଥାପନା ଏବଂ ଭାଜପାର ସମର୍ପଣ ଦିବସ ପାଳିତ…

ପାକିସ୍ତାନ ସୁପର ଲିଗରୁ ଓହରିଲେ ଆଫଗାନିସ୍ତାନ ଖେଳାଳି; ବଢ଼ିଲା ବିବାଦ

ନୂଆଦିଲ୍ଲୀ,୧୨।୨: ପାକିସ୍ତାନ ସୁପର ଲିଗ୍ (PSL) ର ୧୧ତମ ସଂସ୍କରଣ ନିଲାମ ପୂର୍ବରୁ ବଡ଼ ବିବାଦ ଦେଖାଦେଇଛି। ଆଫଗାନିସ୍ତାନର ଷ୍ଟାର୍ କ୍ରିକେଟରମାନେ ଶେଷ ମୂହୁର୍ତ୍ତରେ ଏହି ନିଲାମରୁ…

ଅବିନାଶଙ୍କୁ କଳାହାଣ୍ଡିର ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ

ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ): ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ କଳାହାଣ୍ଡି…

ଅମ୍ପାୟାରଙ୍କ ସହ ମୁହାଁମୁହିଁ ହେବା ମହଙ୍ଗା ପଡିଲା ଖେଳାଳିଙ୍କୁ , ICC ଦେଲା ଏମିତି ଦଣ୍ଡ ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୨: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମୟରେ ICC T20 ବିଶ୍ୱକପ ନିୟମ ଉଲ୍ଲଂଘନ କରିଥିବାରୁ ICC ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବିଙ୍କୁ ଜରିମାନା କରିଛି। ନବିଙ୍କୁ…

IND vs NAM ମ୍ୟାଚ ପୂର୍ବରୁ ଅରୁଣ ଜେଟଲି ଷ୍ଟାଡିୟମରୁ ଆସିଲା ଚମକାଇବା ଭଳି ଭିଡିଓ

ନୂଆଦିଲ୍ଲୀ,୧୨।୨: ଟି-୨୦ ବିଶ୍ୱକପ (T20 World Cup 2026)ର ଦଶମ ସଂସ୍କରଣ ଚାଲିଛି, ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଛଅଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ…

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିବ କି କେନ୍ଦ୍ରୀୟ ମାନ୍ୟତା ? ରାଜ୍ୟସଭାରେ ଉଠିଲା ଦାବି

ନୂଆଦିଲ୍ଲୀ,୧୨ା୨: ଓଡ଼ିଶାର ଶିକ୍ଷା ଦିଗରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିରାଟ ଅବଦାନ ରହିଛି । ଏଠାରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶିକ୍ଷା ଗ୍ରହଣ କରିଛନ୍ତି। ଏବେ ରେଭେନ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri