ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ପିଲା ଜନ୍ମ କରିବାକୁ ଚାହୁଁ ନାହିଁ: ଏଫ୍‌ଆଇଆର୍‌ ଅଭିନେତ୍ରୀ

ବମ୍ବେ: ବିବାହକୁ ଅନେକ ବର୍ଷ ବିତିଗଲାଣି। ସୁରୁଖୁରୁରେ ଦାମ୍ପତ୍ୟ ଜୀବନ ମଧ୍ୟ ଚାଲିଛି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଥିବା କବିତା କୌଶିକ।

୨୦୧୭ରେ ବ୍ୟବସାୟୀ ରୋନିତ ବିଶ୍ୱାସଙ୍କୁ ବିବାହ କରିଥିଲେ କବିତା। ଧାରାବାହିକ ‘ଲକ୍ଷ୍ମୀ ଘର ଆୟି ହୈ’ରେ ସେ ପୁଣିଥରେ ଟେଲି ପରଦାକୁ ଫେରୁଛନ୍ତି। ଏନେଇ ଏକ ସାକ୍ଷାତକାରରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଛନ୍ତି ସେ। ସେ ନିଜର ପରିବାରକୁ ଆଗକୁ ବଢ଼ାଇବାକୁ ଯୋଜନା କରୁଛନ୍ତି କି ପ୍ରଶ୍ନରେ ଅଭିନେତ୍ରୀ କହିଛନ୍ତି, ମୋ’ ପାଖରେ ଏକ କୁକୁର ଏବଂ ଏକ ବିଲେଇ ଅଛି। ଏହା ମୋ ପରିବାର। ଅଧିକ ଜନସଂଖ୍ୟା ଥିବା ଦେଶରେ ଛୁଆ ଜନ୍ମ କରିବାକୁ ମୋର ଇଚ୍ଛା ନାହିଁ।

ଏହାଛଡ଼ା ମୁଁ ମୋ ସନ୍ତାନ ସହ କିଛି ଖରାପ କରିବାକୁ ଚାହୁଁନାହିଁ। ଯଦି ୪୦ ବର୍ଷ ବୟସରେ ମା’ ହେବି, ତେବେ ସେ ୨୦ ବର୍ଷର ହେବା ବେଳକୁ ଆମେ ବୃଦ୍ଧ ହୋଇଯାଇଥିବୁ। ଏତେ କମ୍‌ ବୟସରେ ଆମ ସନ୍ତାନ ଆମର ଯତ୍ନ ନେଉ ତାହା ଆମେ ଚାହୁଁନାହୁଁ। ଆମେ ଦୁନିଆକୁ ଏକ ଭଲ ସ୍ଥାନ କରିବାକୁ ଚାହୁଁଛୁ। ଏହି ବ୍ୟସ୍ତବହୁଳ ସହରରେ ଆମେ ପିଲାକୁ ବଢ଼ାଇ ଷ୍ଟ୍ରଗଲ କରିବାକୁ ଛାଡ଼ିଦେବାକୁ ଚାହଁନାହୁଁ ବୋଲି କବିତା ମଧ୍ୟ କହିଛନ୍ତି।

Share