ପ୍ରଥମ ଭାରତୀୟ ମହିଳା ରେସଲର କବିତା ଦେବୀଙ୍କର ହେବ ବାୟୋପିକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀ ନିଜ ରେସଲିଂ ଦମରେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। କବିତା ଦେବୀଙ୍କ ପରିଚୟ ଏମିତି ଜଣେ ବ୍ୟକ୍ତିତ୍ୱ ଭାବେ ହୋଇଥାଏ, ଯେ କି ପ୍ରଥମ ଇଣ୍ଡିଆନ ଫିମେଲ ରେସଲର ଭାବେ ଡବ୍ଲୁଡବ୍ଲୁଇରେ ଭାଗ ନେଇଥିଲେ ଓ ତାଙ୍କର ଉତ୍ସାହ ଓ ଲଢିବାର କ୍ଷମତା ବଳରେ ସେ ପ୍ରମାଣ କରିଥିଲେ କି ଭାରତୀୟ ମହିଳା କୌଣସି ଗୁଣରେ କମ ନୁହଁନ୍ତି। ଏବେ କବିତା ଦେବୀଙ୍କ ଉପରେ ଖୁବଶୀଘ୍ର ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି।

ଡବ୍ଲୁଡବ୍ଲୁଇରେ ଦେଶକୁ ଗୌରବାନ୍ବିତ କରିଥିବା କବିତା ଦେବୀଙ୍କ ଉପରେ ଖୁବ ଶୀଘ୍ର ଏକ ବାୟୋପିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ନିର୍ମାତା ପ୍ରୀତି ଅଗ୍ରୱାଲ ଏହି ଚଳଚ୍ଚିତ୍ର ପାଇଁ କବିତା ଦେବୀଙ୍କ ଜୀବନ ସହ ଜଡିତ ରାଇଟସକୁ କିଣିଛନ୍ତି। ସଂଗ୍ରାମରୁ ସଫଳତା ପର୍ଯ୍ୟନ୍ତ କବିତା ଦେବୀଙ୍କ ଯାତ୍ରା ଦେଖାଇବାକୁ ପ୍ରୀତି ଅଗ୍ରୱାଲ ଚେଷ୍ଟା କରିବେ।
ଭାରତୀୟ କୁସ୍ତି ଭାବରେ ପ୍ରସିଦ୍ଧ ଦି ଗ୍ରେଟ ଖଲିଙ୍କ ସହ କବିତା ଦେବୀଙ୍କର ମଧ୍ୟ ଏକ ବିଶେଷ ସମ୍ପର୍କ ରହିଛି। ଏକ ସମୟରେ ଖଲି ଡବ୍ଲୁଡବ୍ଲୁଇ ପାଇଁ କବିତା ଦେବୀଙ୍କୁ ତାଲିମ ଦେଇଥିଲେ । ଡବ୍ଲୁଡବ୍ଲୁଇ ଖେଳାଳି ହେବା ପୂର୍ବରୁ କବିତା ଦେବୀ ‘କବିତା’ ଏବଂ ‘ହାର୍ଡ କେଡି’ ନାମରେ ସ୍ବାଧୀନ ଭାବରେ କୁସ୍ତି କରୁଥିଲେ।

କବିତା ଦେବୀ ହରିୟାଣାର ଜିନ୍ଦ ଜିଲ୍ଲାର ଏକ ଛୋଟ ଗାଁ ମାଲଭିରେ ଏକ ଅତି ସରଳ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଜିଶାନ ଅହମ୍ମଦ ପ୍ରୀତି ଅଗ୍ରୱାଲଙ୍କ ସହିତ ଏହି ବାୟୋପିକ ପ୍ରଯୋଜନା କରିବାକୁ ପ୍ରସ୍ତୁତ ହେଉଛନ୍ତି ।
କବିତା ଦେବୀଙ୍କ ବାୟୋପିକ କରିବାକୁ ନିଷ୍ପତ୍ତି ସମ୍ପର୍କରେ ପ୍ରଯୋଜିକା ପ୍ରୀତି ଅଗ୍ରୱାଲ କହିଛନ୍ତି, ‘କବିତା ଦେବୀଙ୍କ ପୁରା ଜୀବନ ଅତ୍ୟନ୍ତ ପ୍ରେରଣାଦାୟକ ଅଟେ। ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ, ସେ ଲଢିବାକୁ କ୍ଷମତା ଦେଖାଇଲେ ଏବଂ କେବେ ହାର ମାନି ନ ଥିଲେ। ଡବ୍ଲୁଡବ୍ଲୁଇ ସର୍ବଦା ପୁରୁଷ ଖେଳ ଭାବରେ ବିବେଚନା କରାଯାଏ । ପରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ମହିଳାମାନେ ମଧ୍ୟ ଏହି ଖେଳରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲେ, କିନ୍ତୁ ଏହି ଅତି ଲୋକପ୍ରିୟ ଖେଳରେ ଭାରତୀୟ ମହିଳାମାନଙ୍କର କୌଣସି ପ୍ରତିନିଧିତ୍ୱ ନ ଥିଲା । ଏଭଳି ପରିସ୍ଥିତିରେ କବିତା ଦେବୀ ଦର୍ଶାଇଛନ୍ତି ଯେ ଭାରତୀୟ ମହିଳାମାନେ କେତେ ଶକ୍ତି ପାଇଛନ୍ତି ଏବଂ ଡବ୍ଲୁଡବ୍ଲୁଇ ରିଙ୍ଗରେ ଡେଇଁବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଭାରତ ତରଫରୁ ଅନେକ ସଫଳତା ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ବିବାହ ପରେ କବିତା ପାରିବାରିକ ଦାୟିତ୍ୱବୋଧ ଯୋଗୁଁ ଏହି ଖେଳଠାରୁ ଦୂରରେ ରହିବାକୁ ସ୍ଥିର କଲେ, କିନ୍ତୁ ସ୍ବାମୀଙ୍କ ସମର୍ଥନ ଯୋଗୁଁ ସେ ଡବ୍ଲୁଡବ୍ଲୁଇରେ ଖେଳ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରିଓଗ୍ରାଫର ରେମୋଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦ୍‌ଘାତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସର୍ଜରୀ ହେବା...

ବେବି ଡଲ ବି ସାମ୍ନା କରିଥିଲେ ବଡ଼ ଦୁର୍ଘଟଣା: ମରୁ ମରୁ ବଞ୍ଚିଗଲେ ସେ ଓ ତାଙ୍କ ସ୍ବାମୀ

ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି...

‘ଦେଶଦ୍ରୋହୀ’ କହି ଅକ୍ଷୟଙ୍କୁ କରାଯାଉଛି ଟ୍ରୋଲ…ଜାଣନ୍ତୁ କାରଣ…

ବମ୍ବେ: ବିବାଦରେ ଖିଲାଡି କିଙ୍ଗ ଅକ୍ଷୟ କୁମାର। ଏକ ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି। ନିଜେ ଶେୟାର କରିଥିବା ଭିଡିଓର ଏକ କ୍ଲିପରେ ଅକ୍ଷୟ...

ଅମୀରଙ୍କଠାରୁ ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ କିରଣ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଦ୍ୱିତୀୟ ସ୍ତ୍ରୀ କିରଣ ରାଓ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି। ତାଙ୍କ କଥା...

ଆଶାରେ ଅଂଶୁମାନ

ଅଂଶୁମାନ ସାମନ୍ତରାୟ। ଦେଖୁ ଦେଖୁ ୟା ଭିତରେ ୮ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଏବେ ସେ ହିନ୍ଦୀ ସିନେମାରେ ନିଜ କ୍ୟାରିୟରକୁ ଆଗେଇ ନେବାକୁ...

ଏହି ବଲିଉଡ୍‌ ଅଭିନେତା କୋଟିଏ ଟଙ୍କା ଦାନ କଲେ …

ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍‌ ଅଭିନେତା ଖିଲାଡ଼ି ବୟ ଅକ୍ଷୟ...

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨ ସୁଦ୍ଧା ଫେରାଇବେ ଶାଶୁଘର ଚାବି

କଟକ ଅଫିସ,୨୮ା୧୦: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରସ୍ତ କରିବାକୁ କୋର୍ଟ...

୨୨ରୁ ଜୀ ସାର୍ଥକ ରେ ‘ସୌଭାଗ୍ୟବତୀ’

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ମନୋରଞ୍ଜନ ଯୋଗାଉଥିବା ଜୀ ସାର୍ଥକ ଆଉ ଏକ ନୂଆ ମେଗା ଧାରାବାହିକ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ...

Advertisement
Archives

Model This Week