Posted inଫୁରସତ

ଟ୍ରେନ୍‌ ଦୁର୍ଘଟଣା ରୋକିବ ‘କବଚ’

ନୂଆଦିଲ୍ଲୀ: ରେଲଓ୍ବେକୁ ଦୁର୍ଘଟଣାମୁକ୍ତ କରିବା ପାଇଁ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ସ୍ବୟଂଚାଳିତ ଟ୍ରେନ୍‌ ସୁରକ୍ଷା ସିଷ୍ଟମ ‘କବଚ’ ଅଧୀନରେ ଧୀରେ ଧୀରେ ଭାରତୀୟ ରେଳପଥକୁ ସମ୍ପୂର୍ଣ୍ଣ ଭାବେ କଭର୍‌ କରିବାକୁ ପଦକ୍ଷେପ ନିଆଯିବ। ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାରେ ସୂଚନା ଦେଇଛନ୍ତି। ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଦାର-ପରଭାନି ଏବଂ ମନ୍‌ମଦ୍‌-ପରଭାନି-ଗୁଣ୍ଟକଲ ସେକ୍ସନର ୧,୪୪୫ କିଲୋମିଟର ରେଳପଥରେ କବଚ ସିଷ୍ଟମ ବ୍ୟବହାର ହୋଇଛି। ଏଥିସହ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡା କରିଡରର ପ୍ରାୟ ୩,୦୦୦ କିଲୋମିଟର ରୁଟ୍‌ରେ କବଚ ରହିବା ନିମନ୍ତେ ଟେଣ୍ଡର ମାଧ୍ୟମରେ ମୂଲ୍ୟାୟନ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ କହିଛନ୍ତି। ସର୍ବାଧିକ ବ୍ୟବହାର ହେଉଥିବା ୩୫ ହଜାର କିଲୋମିଟରରୁ ଊର୍ଦ୍ଧ୍ୱ ରୁଟ୍‌କୁ ଗତ ୨ ବର୍ଷରେ ଏଥିରେ ସାମିଲ କରାଯାଇ କାର୍ଯ୍ୟ ଜାରିରହିଛି। ନିଜର ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା ବିକଶିତ କରିବାରେ ଭାରତ ବିଶ୍ୱର ଅଳ୍ପ କେତେକ ଦେଶ ମଧ୍ୟରୁ ଅନ୍ୟତମ। ଏହା ଇଣ୍ଡିପେଣ୍ଡେଣ୍ଟ ସେଫ୍ଟି ଆସେସର ଦ୍ୱାରା ଏହା ସେଫ୍ଟି ଇଣ୍ଟିଗ୍ରିଟି ଲେଭଲ(ଏସ୍‌ଆଇଏଲ୍‌-୪) ସର୍ବୋଚ୍ଚସ୍ତରର ସୁରକ୍ଷା ପ୍ରମାଣପତ୍ର ହାସଲ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କବଚ ସିଷ୍ଟମ କ’ଣ

ଟ୍ରେନ୍‌ କୋଲିଜନ୍‌ ଆଭଏଡାନ୍ସ ସିଷ୍ଟମ(ଟିସିଏଏସ୍‌) ଅଧୀନରେ ଭାରତର ନିଜସ୍ବ ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା କବଚକୁ ୨୦୧୨ରୁ ବିକଶିତ କରାଯାଇଛି। ଏହି ବୈଦ୍ୟୁତିକ ଉପକରଣ ଏବଂ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ ଡିଭାଇସ୍‌ ସମୂହକୁ ଲୋକୋମୋଟିଭ୍‌ସରେ ଇନ୍‌ଷ୍ଟଲ କରାଯାଏ। ଏହା ଟ୍ରେନ୍‌ର ବ୍ରେକ୍‌ ଉପରେ ନିୟନ୍ତ୍ରଣ ରଖିବା ସହ ଚାଳକଙ୍କୁ ବିଭିନ୍ନ ସିଗ୍‌ନାଲ ମାଧ୍ୟମରେ ଆଲର୍ଟ କରିଥାଏ। କୌଣସି ଦୁର୍ଘଟଣା ଏଡ଼ାଇବାକୁ ଲୋକୋ ପାଇଲଟ୍‌ ବ୍ରେକ୍‌ ଲଗାଇବାରେ ବିଫଳ ହେଲେ କବଚ ଆପେ ଆପେ ଟ୍ରେନ୍‌ର ବ୍ରେକ୍‌ ଲଗାଇ ଗତି ନିୟନ୍ତ୍ରଣ କରିଥାଏ। ଏଥିସହ ଉଚ୍ଚ ରେଡିଓ ଫ୍ରିକ୍ୱେନ୍ସି ବ୍ୟବହାର କରି ନିରନ୍ତର ଟ୍ରେନ୍‌ର ଗତି ଉପରେ ନଜର ରଖିଥାଏ। ଦୁଇଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଆଶଙ୍କା ଥିଲେ କବଚ ଏହି ଉପାୟରେ ବ୍ରେକ୍‌ ଲଗାଇଥାଏ। ଘନ କୁହୁଡ଼ିବେଳେ ରାସ୍ତା ଠିକ୍‌ ଭାବେ ଦେଖା ନ ଗଲେ ଏହା ଲୋକୋ ପାଇଲଟ୍‌ଙ୍କୁ ସାହାଯ୍ୟ କରିଥାଏ। ଆଗାମୀ ଦିନରେ ଏଥିରେ ଉଚ୍ଚ ଜ୍ଞାନକୌଶଳ ସମ୍ପନ୍ନ ୟୁରୋପିଆନ୍‌ ଟ୍ରେନ୍‌ କଣ୍ଟ୍ରୋଲ ସିଷ୍ଟମ୍‌ ଲେଭଲ-୨ ରଖାଯିବାର ଯୋଜନା ରହିଛି। ୟୁରୋପୀୟ ବ୍ୟବସ୍ଥା ତୁଳନାରେ କବଚ ସିଷ୍ଟମ ଅପେକ୍ଷାକୃତ କମ୍‌ ବ୍ୟୟରେ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri