ଭାଜପାରୁ କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତିଙ୍କ ଇସ୍ତଫା

ପିପିଲି,୧୩ା୬(ଡି.ଏନ୍‌.ଏ.): ପୁରୀ ଜିଲା ପିପିଲି ବ୍ଲକ କୌଶଲ୍ୟାଗଙ୍ଗ ଭାଜପା ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର ପ୍ରାଥମିକ ସଦସ୍ୟ ଓ ମଣ୍ଡଳ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜିଲା ଭାଜପା ସଭାପତିଙ୍କ ନିକଟକୁ ପଠାଇବା ସହ ଏହାର ନକଲ ରାଜ୍ୟ ଭାଜପା ସଭାପତିଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ବ୍ୟକ୍ତିଗତ ସମସ୍ୟା କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। ତେବେ ସେ ଅନ୍ୟ କେଉଁ ଦଳରେ ଯୋଗଦେବେ ସ୍ପଷ୍ଟ କରି ନାହାନ୍ତି। ନିକଟରେ ସମବାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପର୍ଶୁରାମ ଏକ ନିର୍ଦ୍ଦିଷ୍ଟ ଦଳରୁ ନିର୍ଦ୍ଦେଶକ ଭାବେ ନିର୍ବାଚନ ଲଢ଼ିିବେ ବୋଲି ଚର୍ଚ୍ଚା ହେଉଛି।