ବିବାହ ପୂର୍ବରୁ ଜିମ୍‌ ବାହାରେ ସ୍ପଟ୍‌ ହେଲେ କାଟ୍ରିନା, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଆଉ ଅଳ୍ପ ଦିନ ବାକି ଅଛି। ଉଭୟ ନିଜ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କାଟ୍ରିନାଙ୍କୁ ବିବାହ ପୂର୍ବରୁ ଅର୍ଥାତ୍‌ ଶନିବାର ସକାଳେ ଜିମ୍‌ ସେଣ୍ଟର ଆଗରେ ଦେଖିବାକୁ ମିଳିଛି।

ସେ ଏକ ଧଳା ରଙ୍ଗର ବ୍ୟାନିୟନ ପିନ୍ଧିଥିବା ବେଳେ କଳା ଜଗିଙ୍ଗ ପିନ୍ଧିଥିଲେ। ଫଟୋଗ୍ରାଫରଙ୍କୁ ଦେଖି କାଟ୍ରିନା ହାତ ହଲାଉଥିବାର ଦେଖିବାକୁ ମିଳିଛି। କାଟ୍ରିନାଙ୍କ ଭାଇ ଏବଂ ଭଉଣୀ ମଧ୍ୟ ତାଙ୍କ ସହିତ ଜିମ୍‌ରେ ଥିଲେ। କାଟ୍ରିନା ଜିମ୍‌ ଛାଡ଼ି କାର୍‌ରେ ବସିଥିଲେ।

ଏହି ଭିଡିଓକୁ ଭାଇରାଲ ଭୟାନି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ୟୁଜରମାନେ ଭିଡିଓରେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଏଥିସହିତ ସେମାନେ କ୍ୟାଟ୍‌ ଏବଂ ଭିକିଙ୍କୁ ଅଭିନନ୍ଦନ ବି ଜଣାଇଛନ୍ତି।

ଆସନ୍ତା ୯ ତାରିଖରେ ଭିକି-କାଟ୍ରିନାଙ୍କ ବିବାହ ରାଜସ୍ଥାନରେ ଅନୁଷ୍ଠିତ ହେବ। ଏଥିପାଇଁ ଏଠାରେ ଜୋର୍‌ସୋର ପ୍ରସ୍ତୁତି ଚାଲିଛି। ବିବାହରେ ଯୋଗ ଦେବାକୁ ଥିବା ଅତିଥିମାନେ କରୋନା ଟିକା ନେଇଥିବା ବାଧ୍ୟତାମୂଳକ। ପ୍ରଶାସନ ମଧ୍ୟ ଏହି ବିବାହକୁ ନେଇ ବେଶ୍‌ ସଜାଗ ରହିଛି।

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି।

Share