ମେହେନ୍ଦୀ ଫଟୋ ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ହୋଇଥିଲା। ବିବାହ ପରେ ସେମାନେ ହନିମୁନ ଯାଇଥିଲେ। ପରେ ମୁମ୍ବାଇ ଫେରିଆସିଥିଲେ। ମୁମ୍ବାଇ ଏୟାରପୋର୍ଟରେ ଦୁହେଁ ଫଟୋ ପାଇଁ ପୋଜ୍‌ ଦେଉଥିବାର ନଜର ଆସିଥିଲେ। ତେବେ ସେମାନେ ଏ ପର୍ଯ୍ୟନ୍ତ ସେମାନଙ୍କର ଛୁଟିଦିନ କେଉଠି କଟାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା କିଛି ଶେୟାର କରିନାହାନ୍ତି। ନିକଟରେ କ୍ୟାଟ୍ରିନା ସମୁଦ୍ର କୂଳରେ ତାଙ୍କ ମେହେନ୍ଦୀ ପିନ୍ଧିଥିବା ହାତ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତେବେ ସେମାନେ ମାଳଦ୍ୱୀପକୁ ଯାଇଥିଲେ ବୋଲି କୁହାଯାଇଛି।

Share