ସ୍ବାମୀଙ୍କଠାରୁ କ୍ୟାଟ୍ରିନା ଅଧିକ ସମ୍ପତ୍ତିର ମାଲିକାଣୀ

ମୁମ୍ବାଇ: ସାଧାରଣତଃ ସ୍ତ୍ରୀଠାରୁ ସ୍ବାମୀଙ୍କ ଧନସମ୍ପତ୍ତି ଟିକେ ଅଧିକ ହୋଇଥାଏ। ହେଲେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ କ୍ଷେତ୍ରରେ ସେପରି ନୁହେଁ। ଏକ ରିପୋର୍ଟ ମୁତାବକ, ସ୍ବାମୀ ଭିକ୍କି କୌଶଲଙ୍କଠାରୁ ଅଧିକ ସମ୍ପତ୍ତିର ମାଲିକାଣୀ କ୍ୟାଟ୍ରିନା ବୋଲି ଜଣାପଡ଼ିଛି। ବଲିଉଡ୍‌ରେ ସର୍ବାଧିକ ପାରିଶ୍ରମିକପ୍ରାପ୍ତ ଅଭିନେତ୍ରୀଙ୍କ ମଧ୍ୟରୁ କ୍ୟାଟ୍ରିନା ଜଣେ। ଲାଇଫ୍‌ ଷ୍ଟାଇଲ୍‌ ଏସିଆ ଅନୁଯାୟୀ, ୨୦୨୩ରେ ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୬୩ କୋଟି ଟଙ୍କା। କ୍ୟାଟ୍ରିନା ମାସିକ ପ୍ରାୟ ୩ କୋଟି ଟଙ୍କା ଆୟ କରିଥା’ନ୍ତି। ଗୋଟିଏ ଚଳଚ୍ଚିତ୍ର ଲାଗି ସେ ପ୍ରାୟ ୧୨ କୋଟିରୁ ଊର୍ଦ୍ଧ୍ୱ ପାରିଶ୍ରମିକ ନେଇଥାନ୍ତି। ୨୦୨୨ ମସିହାରେ ସେ ପ୍ରାୟ ୨୩୦ କୋଟିର ମାଲିକାଣୀ ଥିଲେ। ତେବେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, କ୍ୟାଟ୍ରିନାଙ୍କ ଆୟ ଏତେ ଅଧିକ ଥିବାବେଳେ ଭିକ୍କିଙ୍କ ସମ୍ପତ୍ତି ମାତ୍ର ୪୧ କୋଟି ଟଙ୍କା। ନିକଟରେ କ୍ୟାଟ୍ରିନାଙ୍କ ‘ଟାଇଗର ୩’ ଫିଲ୍ମ ରିଲିଜ୍‌ ହୋଇଯାଇଛି। ସେଥିରେ ସେ ଜୋୟା ଚରିତ୍ରରେ ନଜରକୁ ଆସିଛନ୍ତି। ଆଗକୁ ତାଙ୍କର ଆଉ ଏକ ଫିଲ୍ମ ‘ମେରି କ୍ରିଷ୍ଟମାସ୍‌’ ପରଦାକୁ ଆସୁଛି। ତେବେ କ୍ୟାଟ୍ରିନା ୨୦୦୩ରେ ତାଙ୍କ ଫିଲ୍ମ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ସେ ଅନେକ ହିଟ୍‌ ସିନେମା ପ୍ରଶଂସକଙ୍କୁ ଭେଟି ଦେଇ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ରଥଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri