ମାଳଦ୍ୱୀପରେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିକଟରେ ନିଜର କେତେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ରକୂଳରେ ସତରଙ୍ଗୀ ଡ୍ରେସ୍‌ରେ ନଜର ଆସିଛନ୍ତି। କ୍ୟାଟ୍ରିନା ପ୍ରାୟତଃ ଆଇଲ୍ୟାଣ୍ଡ ଯିବାକୁ ପସନ୍ଦ କରନ୍ତି। ସେ ନିଜ ଫ୍ୟାମିଲି ସହ ସମୟ ବିତାଇବାକୁ ଭଲ ପାଆନ୍ତି। କ୍ୟାଟ୍ରିନାଙ୍କର ଏହି ଅବତାରକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ତେବେ ସେ ଯାହା ପିନ୍ଧନ୍ତୁନା କାହିଁକି ସବୁଥିରେ ଖୁବ୍‌ ସୁନ୍ଦର ଦେଖାଯାଆନ୍ତି। ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ୟାଟ୍ରିନା ଏହି ଫଟୋ ଶେୟାର କରି କ୍ୟାପ୍‌ଶନ୍‌ରେ ଲେଖିଛନ୍ତି ଯେ, ‘ମାଳଦ୍ୱୀପରେ ଫଟୋଶୁଟ୍‌ କରି ମୁଁ ବହୁତ ଖୁସି’। ରିପୋର୍ଟ ମୁତାବକ କ୍ୟାଟ୍ରିନା କୈଫ୍‌ ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ସେ ଫିଲ୍ମର ଶୁଟିଂ ପାଇଁ ସେଠାକୁ ଯାଇଛନ୍ତି। ମାତ୍ର ଶୁଟିଂରୁ କିଛି ସମୟ କାଢ଼ି ସେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇଛନ୍ତି। ଓ୍ବାର୍କଫ୍ରଣ୍ଟ କଥା କହିଲେ କ୍ୟାଟ୍ରିନାଙ୍କୁ ଖୁବ୍‌ଶ୍ରୀଘ୍ର ‘ସୂର୍ଯ୍ୟବଂଶୀ’ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ କମେଡି ଥ୍ରୀଲର ମୁଭି ‘ଫୋନ୍‌ ଭୁତ୍‌’ରେ ମଧ୍ୟ ନଜର୍‌ ଆସିବେ।

Share