ସଲମାନଙ୍କୁ କଟ୍ରିନାଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା

ବମ୍ବେ: ୫୭ ବର୍ଷରେ ଭାଇଜାନ୍‌। ଡିସେମ୍ବର ୨୭ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚ୍‌ଲର ତଥା ଅଭିନେତା ସଲମାନ୍‌ ଖାଁ। ଏହି ଅବସରରେ ତାଙ୍କ ନିକଟକୁ ପ୍ରଶଂସକଙ୍କ ସହ ସାଥି କଳାକାରଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏସବୁ ମଧ୍ୟରେ ବାରି ହୋଇପଡ଼ିଛି ଅଭିନେତ୍ରୀ କଟ୍ରିନା କୈଫଙ୍କ ବାର୍ତ୍ତା।

ଏକଦା କଥିତ ପ୍ରେମିକା ଥିବା କଟ୍ରିନା ଇନ୍‌ଷ୍ଟାଗ୍ରାମରେ ସଲମାନଙ୍କ ଲାଗି ଖାସ୍‌ ବାର୍ତ୍ତା ଦେଇଛନ୍ତି। ସେ ସଲମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ଇନଷ୍ଟା ଷ୍ଟୋରୀ ରଖିଛନ୍ତି। ଯେଉଁଥିରେ ସଲମାନଙ୍କ କଳାଧଳା ଫଟୋ ସହ ‘ଟାଇଗର, ଟାଇଗର, ଟାଇଗରଙ୍କ ଜନ୍ମଦିନ’ ବୋଲି ଲେଖାଯାଇଛି। ଏହାକୁ ସେ ସଲମାନଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

ତେବେ ବଲିଉଡ୍‌ରେ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି କଟ୍ରିନା। ହେଲେ ଏହାର ଶ୍ରେୟ ସଲମାନଙ୍କୁ ଦିଆଯାଇଥାଏ। ଏପରିକି ଅନେକ ବର୍ଷ ଧରି ଦୁହିଁଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଉଭୟ ଏନେଇ ମୁହଁ ଖୋଲି ନ ଥିଲେ ହେଁ ସତ କାହାକୁ ଅଛପା ନ ଥିଲା। ପରେ କିନ୍ତୁ ସେମାନେ ବାଟ ଅଲଗା କରିନେଇଥିଲେ। କଟ୍ରିନା ସଲମାନଙ୍କ ପରେ ରଣବୀର କପୁରଙ୍କ ସହ ରିଲେସନଶିପ୍‌ରେ ଥିଲେ। ଏହି ସମ୍ପର୍କ ମଧ୍ୟ ବେଶି ଦିନ ଚାଲି ନ ଥିଲା। ଶେଷରେ କଟ୍ରିନା ଗତ ବର୍ଷ ଡିସେମ୍ବର ୯ରେ ଅଭିନେତା ବିକ୍କି କୌଶଲଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

ଅଭିନୟ ବିଷୟରେ କଥା ହେଲେ ସଲମାନଙ୍କ ସହ କଟ୍ରିନା ଅନେକ ଫିଲ୍ମରେ ନଜର ଆସିଛନ୍ତି। ସେଥି ମଧ୍ୟରେ ରହିଛି ପାର୍ଟନର, ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ଭାରତ ଭଳି ହିଟ୍‌ ଫିଲ୍ମ। ଆଗାମୀ ଦିନରେ ଉଭୟଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ ହେବାକୁ ଯାଉଛି।

Share