ଅକ୍ଷୟଙ୍କ ପରେ କଟ୍ରିନାଙ୍କୁ କରୋନା, ବାର୍ତ୍ତା ଲେଖି କହିଲେ…

ବମ୍ବେ: କରୋନା କବଳରେ ବଲିଉଡ୍‌। ଗୋଟିଏ ପରେ ଗୋଟିଏ କଳାକାର ଏବେ କୋଭିଡ୍‌ରେ ସଂକ୍ରମିତ ହେଉଛନ୍ତି। ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ପରେ ଏବେ ଅଭିନେତ୍ରୀ କଟ୍ରିନା କୈଫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।

ଅଭିନେତ୍ରୀ ନିଜର ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ନିଜେ ସଂକ୍ରମିତ ହୋଇଥିବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ସମସ୍ତ ସତର୍କତା ସତ୍ତ୍ୱେ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏଣୁ ସମସ୍ତ ପ୍ରୋଟୋକଲ ପାଳନ କରି ନିଜକୁ ହୋମ କ୍ୱାରାଣ୍ଟାଇନ୍‌ କରିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିସିନ ନେଉଛି। ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ପରୀକ୍ଷା କରାଇନେବାକୁ ଅନୁରୋଧ। ସମସ୍ତେ ନିଜର ଯତ୍ନ ନିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ସେ କହିଛନ୍ତି।

କଟ୍ରିନାଙ୍କ ପୂର୍ବରୁ ଅଭିନେତ୍ରୀ ଭୂମି ପେଡନେକର, ଅଭିନେତା ବିକ୍କି କୌଶଲ, ଅକ୍ଷୟ କୁମାର, ରଣବୀର କପୁର, ଆଲିଆ ଭଟ୍ଟ, ସଞ୍ଜୟ ଲିଲା ବନ୍‌ସାଲୀ, ମନୋଜ ବାଜପେୟୀ, ବିକ୍ରାନ୍ତ ମୈସି ଏବଂ ତାରା ସୁତାରିଆ ପ୍ରମୁଖ କରୋନା ସଂକ୍ରମିତ ହୋଇସାରିଛନ୍ତି।

Share