ଭିକ୍କିଙ୍କ ଘରେ କଟ୍ରିନା ରାନ୍ଧିଲେ ଏହି ଖାସ୍‌ ବ୍ୟଞ୍ଜନ, ଲୋକେ କହୁଛନ୍ତି…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ରାଜସ୍ଥାନର ମାଧୋପୁରରେ ଉଭୟଙ୍କ ଭବ୍ୟ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କଟ୍ରିନା ଏବେ ଭିକ୍କିଙ୍କ ସହ ନୂତନ ଘରକୁ ଯାଇଛନ୍ତି। ସେଠାରେ ସେ ପ୍ରଥମ ଥର ପାଇଁ ସ୍ବାଦିଷ୍ଟ ରୋଷେଇ କରି ଶାଶୁଘର ଲୋକଙ୍କୁ ଖୁଆଇଛନ୍ତି।

ପ୍ରଥମ ରୋଷେଇର ଫଟୋ କଟ୍ରିନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଇନ୍‌ଷ୍ଟା ଷ୍ଟୋରୀରେ ରାନ୍ଧିଥିବା ସୁଜି ହାଲୁଆର ଫଟୋ ଦେଇ କଟ୍ରିନା ଲେଖିଛନ୍ତି- ମୁଁ ରୋଷେଇ କରିଛି। ପଶଂସକମାନେ ଖାଦ୍ୟ ସ୍ବାଦିଷ୍ଟ ଦେଖାଯାଉଥିବା ପ୍ରତିକ୍ରିୟା ଦେଉଛନ୍ତି।

କହିରଖୁଛୁ ବିବାହ ପରେ କଟ୍ରିନା-ଭିକ୍କି ହନିମୁନ୍‌ରେ ଚାଲିଯାଇଥିଲେ। ଏଣୁ ସେମାନେ ରିସେପ୍ସନ ଭୋଜି ଦେଇନାହାନ୍ତି। ଆସନ୍ତା ୨୦ ଡିସେମ୍ବରରେ ମୁମ୍ବାଇର ଜେ. ଡବ୍ଲୁ ମୈରିୟଟରେ ଏହି ଭୋଜି ଦିଆଯିବ। ଏଥିରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗଦେବାର ସମ୍ଭାବନା ରହିଛି।

Share