କ୍ୟାଟ୍ରିନାଙ୍କ ୱିଣ୍ଟର ଲୁକ୍‌

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ୟାଟ୍ରିନା କୈଫ । ସୁନ୍ଦର ଓ ଷ୍ଟାଇଲିସ ଅନ୍ଦାଜରେ କ୍ୟାଟ୍ରିନାଙ୍କୁ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ସେ ଟ୍ରାଡିଶନାଲ ଲୁକରେ ଥାଆନ୍ତୁ ଅବା ୱେଷ୍ଟର୍ଣ୍ଣରେ ସବୁକୁ ପସନ୍ଦ କରନ୍ତି ତାଙ୍କ ପ୍ରଶଂସକ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକାଙ୍କର ରହିଛନ୍ତି ବହୁ ସଂଖ୍ୟାରେ ଫଲୋୟର୍ସ । ନିକଟରେ କ୍ୟାଟ୍ରିନା ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ତାଙ୍କର ୱିଣ୍ଟର ଲୁକ୍ ବୋଲି କୁହାଯାଉଛି । ଏଥିରେ ସେ କମଳା ରଙ୍ଗର ଲୋୟର ଓ ଟିସର୍ଟ ସହ ଆର୍ମି ପ୍ରିଣ୍ଟ ଜ୍ୟାକେଟରେ ନଜର ଆସିଛନ୍ତି । ଏହାସହ ସେ ଯେଉଁ ପୋଜ୍ ଦେଇଛନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ଦିୱାନା କରିଛି । ଫଟୋଟିକୁ ଦେଖି ପ୍ରଶଂସକମାନେ ତାଙ୍କ ସୁନ୍ଦରତାର ପ୍ରଶଂସା କରିଛନ୍ତି । ଏପର୍ଯ୍ୟନ୍ତ ଏହି ଫଟୋକୁ ୧୨ ଲକ୍ଷ ଲାଇକ୍ସ ମିଳି ସାରିଲାଣି । ଖୁବ୍‌ଶୀଘ୍ର ଏହି ନାୟିକା ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ ।

Share