ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କାହିଁକି କରନ୍ତି ନାହିଁ ଦବଙ୍ଗ ଖାନ୍‌? ପୂର୍ବ ପ୍ରେମିକା ଦେଲେ ଏଭଳି ଜବାବ

ବମ୍ବେ: ବଲିଉଡ୍‌ର ସଫଳ ଏବଂ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ ହେଲେ ସଲମାନ୍‌ ଖାନ୍‌। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାର ତିରିଶ ବର୍ଷରୁ ଅଧିକ ସମୟ ବିତିସାରିଥିବା ବେଳେ ଏବେ ବି ନବାଗତଙ୍କୁ କଡ଼ା ଟକ୍କର ଦେଉଛନ୍ତି ଦବଙ୍ଗ ଖାନ୍‌।

ଆଜିକାଲି ସମୟରେ ବଡ଼ ପରଦାରେ ବୋଲ୍ଡ ଏବଂ ଚୁମ୍ବନ ଦୃଶ୍ୟ ସାଧାରଣ କଥା। ହେଲେ ସଲମାନଙ୍କ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ନାହିଁ। ଅଭିନୟ କରିଥିବା ଅନେକ ଫିଲ୍ମରେ ସେ ରୋମାଣ୍ଟିକ୍‌ ହୋଇଥିଲେ ହେଁ ଲିପ୍‌ଲକ୍‌ର ପ୍ରଶ୍ନ ଉଠି ନ ଥାଏ। ଅଭିନେତାଙ୍କ ଏଭଳି ସ୍ବଭାବ ପଛରେ କି ରହସ୍ୟ ରହିଛି ତାହା ପ୍ରଶଂସକ ବୁଝିବା ମୁସ୍କିଲ ହୋଇଥିବା ବେଳେ ପୂର୍ବ ପ୍ରେମିକା ତଥା ଅଭିନେତ୍ରୀ କଟ୍ରିନା କୈଫ୍‌ କିନ୍ତୁ କାରଣ ବିଷୟରେ ଏକଦା କହିଥିଲେ।

ଏକ ସାକ୍ଷାତକାରରେ କଟ୍ରିନା କହିଥିଲେ, ସଲମାନ୍‌ ରୋମାଣ୍ଟିକ୍‌ ଦୃଶ୍ୟକୁ ହ୍ୟାଣ୍ଡେଲ କରିପାରନ୍ତି ନାହିଁ। ସେ ଶୀଘ୍ର ବୋର୍‌ ହୋଇଯାଇଥାନ୍ତି। ଆକ୍ସନ ଫିଲ୍ମରେ ଦୃଶ୍ୟକୁ ମଧ୍ୟ ସେ ବ୍ରେକ୍‌ ନେଇ ସମ୍ପୂର୍ଣ୍ଣ କରିଥାନ୍ତି। ସେ ସବୁ ଜିନିଷରେ ସନ୍ତୁଳନ ଚାହାନ୍ତି।
ଏହାଛଡ଼ା ବ୍ୟକ୍ତିଗତ ଭାବେ ଜଣେ ମଣିଷ ହିସାବରେ ତାଙ୍କ ପାଇଁ ସଲମାନ କେବେ ବି ବଦଳି ନାହାନ୍ତି। ଲୋକପ୍ରିୟତା ବଢ଼ିଛି, ପ୍ରଶଂସକ ବି ବଢ଼ିଛି, ଫିଲ୍ମ ମଧ୍ୟ ସଫଳ ହେଉଛି, ହେଲେ ସେ ଯେଭଳି ପୂର୍ବେ ଥିଲେ ସେଭଳି ରହିଛନ୍ତି। ଏହା ତାଙ୍କର ବାସ୍ତବିକତା ବୋଲି କଟ୍ରିନା ମଧ୍ୟ କହିଛନ୍ତି।

Share