ଅକ୍ଷୟ କୁମାରଙ୍କୁ କଟ୍ରିନା ପଚାରିଲେ ‘ତୁମକୁ ରାଖୀ ବାନ୍ଧି ପାରିବି କି?’; ଜବାବରେ ଚାପୁଡ଼ା….

ବମ୍ବେ: ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ମନ ଆତୁର ହୋଇପାରେ। ହେଲେ ଯଦି ରାଖୀ ବାନ୍ଧିବାକୁ କୁହାଯାଏ, ତେବେ ଉତ୍ତର ନା ହେବା ସ୍ବାଭାବିକ। ଏଭଳି କିଏ କାହିଁକି ବା ଚାହିଁବ। ସେଭଳି କିଛି ଥିଲା ଅଭିନେତ୍ରୀ କଟ୍ରିନା କୈଫଙ୍କ ଅନୁଭୂତି।

ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ସହ କଟ୍ରିନାଙ୍କ ଯୋଡ଼ି ଜମେ। ପରଦାରେ ଉଭୟଙ୍କ ଫିଲ୍ମ ସୁପରହିଟ୍‌ ହେବାର ନଜିର ରହିଛି। ‘ଓ୍ବେଲକମ୍‌’, ‘ନମସ୍ତେ ଲଣ୍ଡନ’, ‘ସିଙ୍ଗ ଇଜ୍‌ କିଙ୍ଗ’ ଆଦି ଚଳଚ୍ଚିତ୍ରରେ ସେମାନଙ୍କର କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଛି। ହେଲେ ଏକଦା କଟ୍ରିନା ଅକ୍ଷୟଙ୍କ ସହ ରୋମାନ୍ସ ନୁହେଁ ବରଂ ରାଖୀ ବାନ୍ଧିବାକୁ ଚାହିଁଥିଲେ। ସେ ବି ଅସଲ ଜୀବନରେ।

ଆପଣ ଯାହା ପଢ଼ିଲେ ସତ। କରନ୍‌ ଜୋହରଙ୍କ ଚାଟ୍‌ ଶୋ’ରେ କଟ୍ରିନା ଉକ୍ତ ଦିନର ଘଟଣା ବିଷୟରେ କହିଥିଲେ। ‘ତିସ ମାର୍‌ ଖାନ୍‌’ ଶୁଟିଂସେଟ୍‌ରେ ସେ ଅକ୍ଷୟଙ୍କୁ ରାଖୀ ବାନ୍ଧିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ସେ ଅଭିନେତାଙ୍କୁ ‘ତୁମକୁ ରାକ୍ଷୀ ବାନ୍ଧି ପାରିବି କି? ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଅକ୍ଷୟ ତାଙ୍କୁ ଚାପୁଡ଼ା ଦରକାର କି ବୋଲି ରାଗିକରି କହିଥିଲେ। ଅକ୍ଷୟଙ୍କୁ ନେଇ କଟ୍ରିନାଙ୍କ ମନରେ ସମ୍ମାନ ଥିଲେ ହେଁ କଥାଟି ତାଙ୍କୁ ପସନ୍ଦ ଆସି ନ ଥିଲା। ଅଭିନେତା ଜଣେ ଭଲ ବନ୍ଧୁ ହୋଇଥିବାରୁ ତାଙ୍କୁ ରାଖୀ ବାନ୍ଧିବାରେ କିଛି ଅସୁବିଧା ନ ଥିବା ସେ ଭାବିଥିଲେ। ହେଲେ ଅକ୍ଷୟଙ୍କୁ ତାହା ଲାଗି ନ ଥିଲା। ଏହା ଅଭିନେତ୍ରୀଙ୍କୁ ଦୁଃଖ ଦେଇଥିବା ସେ କହିଥିଲେ।

କେବଳ ଯେ ଅକ୍ଷୟ ତାହା ନୁହେଁ ଅର୍ଜୁନ କପୁରଙ୍କୁ ମଧ୍ୟ ରାଖୀ ବାନ୍ଧିବାକୁ ଚେଷ୍ଟା କରିଛନ୍ତି କଟ୍ରିନା। ହେଲେ ଅର୍ଜୁନ ତାହା ଶୁଣି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପରଦିନ ମଧ୍ୟ ସେହିଭଳି କଟ୍ରିନା ତାଙ୍କ ପଛରେ ପଡ଼ି ଯାଇଥିଲେ। ମାତ୍ର ସଫଳ ହୋଇ ନ ଥିଲେ।

Share