ବର୍ଷାର ମଜା ନେଉଛନ୍ତି କ୍ୟାଟ୍ରିନା: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ବର୍ଷାର ମଜା ଉଠାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଧଳା ରଙ୍ଗର ଜ୍ୟାକେଟ ଓ ସର୍ଟସ ସହ କ୍ୟାଟ ହାତରେ ଧରିଛନ୍ତି ହଳଦିଆ ରଙ୍ଗର ଏକ ଛତା। ଏହି ଫଟୋକୁ ଶେୟାର କରିବା ସହ ସେ ଲେଖିଛନ୍ତି, ‘ବର୍ଷା ହେଲେ ମୁଁ ମୋ ଛତା ଶେୟାର କରିବି ଆଉ ଯଦି ଛତା ନ ଥିବ ତେବେ ମୁଁ ବର୍ଷା ଶେୟାର କରିବି।’ ଏହି ଫଟୋକୁ କ୍ୟାଟ୍ରିନାଙ୍କ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଏହାକୁ ୧୮ ଲକ୍ଷ ଲାଇକ୍ସ ମିଳି ସାରିଲାଣି। କ୍ୟାଟ ଏବେ ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ହୋଇଥିବା ବେଳେ କରୋନା ସଂକ୍ରମଣ ଯୋଗୁ ଶୁଟିଂ ବନ୍ଦ ଥିବାରୁ ସେ ଏବେ ଘରେ ସମୟ କାଟୁଛନ୍ତି।

Share