ଷ୍ଟଣ୍ଟ ଦେଖାଇବାକୁ ଦକ୍ଷିଣ କୋରିଆ ଟିମ୍‌ଙ୍କ ସହ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା

ମୁ୍‌ମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାର୍ଚ୍ଚ ୮ରୁ ତାଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ଟାଇଗର ୩’ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଶୁଟିଂ ପୂର୍ବରୁ ଅଭିନେତ୍ରୀ ଦକ୍ଷିଣ କୋରିଆ ଟିମ୍ ସହ ଆକ୍ସନ ସିନ୍ ଶିଖିବା ପାଇଁ ୧୪ ଦିନିଆ ଟ୍ରେନିଂ ନେଉଛନ୍ତି । ଏକ ନ୍ୟୁଜ ପୋର୍ଟାଲର ସୂଚନା ମୁତାବକ ନିର୍ଦ୍ଦେଶକ ମନିଷ ଶର୍ମା ଆକ୍ସନ ସିନ୍ ପାଇଁ ପ୍ରସ୍ତୁତ ହେବାକୁ କୁଆଡେ କ୍ୟାଟ୍ରିନାଙ୍କୁ କହିଛନ୍ତି । ଅର୍ଥାତ୍ ‘ଟାଇଗର ଜିନ୍ଦା ହୈ’ରେ କ୍ୟାଟ୍ରିନାଙ୍କ ଷ୍ଟଣ୍ଟ ଦର୍ଶକଙ୍କୁ ଯେତିକି ପସନ୍ଦ ଆସିଥିଲା ନୂଆ ଫିଲ୍ମରେ ଏହି ଏକ୍ସାଇଟମେଣ୍ଟ ଆହୁରି ଅଧିକ ରହିଛି । ଜଣାପଡିଛି ଯେ ‘ଟାଇଗର ୩’ ପାଇଁ ଗତ ପ୍ରାୟ ୧୫ ଦିନ ହେବ ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ ଖୁବ୍ ପରିଶ୍ରମ କରୁଛନ୍ତି । କ୍ୟାଟ୍ରିନା ମାର୍ଶାଲ ଆର୍ଟର ଟ୍ରେନିଂ ଖୁବ୍ କରୁଛନ୍ତି । ସଲମାନ ମଧ୍ୟ ଦକ୍ଷିଣ କୋରିଆ ଟିମ୍ ସହ ଖୁବ୍ ପ୍ରାକ୍ଟିସ କରୁଛନ୍ତି । କିଛିଦିନ ତଳେ ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ୟଶ ରାଜ ଫିଲ୍ମର ଅଫିସରେ ପୂଜା କରାଯାଇଥିଲା । ଦେଖାଯାଏ ୟଶ ରାଜ ଫିଲ୍ମର ସମସ୍ତ ଫିଲ୍ମର ଶୁଟିଂ ପୂର୍ବରୁ ପୂଜା କରାଯାଇଥାଏ । ‘ଟାଇଗର ୩’ରେ ଇମରାନ ହାସମିଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ।

Share