ଖୁସି ଖବର ଦେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଦେଇଛନ୍ତି ଖୁସି ଖବର । ନିଜର ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଥିବା ଏହି ନାୟିକା କେବଳ ବଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସାରା ବିଶ୍ୱରେ ବେଶ ପରିଚିତ । ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ କିମିଆ କରେ । ବିଶେଷ କରି ୟଙ୍ଗ ଅଡିଅନ୍ସ ତାଙ୍କ ଅଭିନୟ ଦେଖି ମତୁଆଲା ହୁଅନ୍ତି । ଏବେ ଦର୍ଶକେ ଅପେକ୍ଷା ରଖିଥିବା ତାଙ୍କ ଅଭିନୀତ ଫିଲ୍ମକୁ ନେଇ ସେ ଦେଇଛନ୍ତି କିଛି ଖୁସି ଖବର ।
କ୍ୟାଟଙ୍କ ଅଭିନୀତ ଫିଲ୍ମ ‘ଫୋନ ଭୁତ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏନେଇ କ୍ୟାଟ୍ରିନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ସେ ଫିଲ୍ମର ରିଲିଜ୍ ଡେଟ ସମ୍ପର୍କରେ ମଧ୍ୟ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି । ଜୁଲାଇ ୧୫ରେ ରିଲିଜ ହେବାକୁ ଯାଉଛି ‘ଫୋନ ଭୁତ’ । ଏକଥା ଜାଣିବା ପରେ ଦର୍ଶକେ ବଡ ଉତ୍ସାହର ସହ ଫିଲ୍ମକୁ ଆପକ୍ଷା ରଖିଛନ୍ତି ।
କ୍ୟାଟ୍ରିନା ତାଙ୍କ ଅଭିନୟକୁ ନେଇ ଯେତିକି ପରିଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ବି ସେତିକି ଚର୍ଚ୍ଚିତ । ନିକଟରେ ସେ ବଲିଉଡ ଅଭିନେତା ଭିକ୍କି କୌଶଲଙ୍କୁ ବିବାହ କରିଥିବା ବେଳେ ଏହାକୁ ନେଇ ସେ ଆସିଥିଲେ ଚର୍ଚ୍ଚାକୁ । ଅଭିନୟ କ୍ଷେତ୍ରରେ ଉଭୟ ଖୁବ ପାରଙ୍ଗମ ହୋଇଥିବା ବେଳେ ଏବେ ପରଦା ଉପରେ ଏହି ଯୋଡିଙ୍କୁ ଦେଖିବାକୁ ଦର୍ଶକେ ଅପେକ୍ଷା ରଖିଛନ୍ତି ।

Share