ହ୍ରିତିକ୍‌ଙ୍କ ଲୁକ୍‌ ଦେଖି ଫିଦା ହେଲେ କ୍ୟାଟ୍ରିନା,ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଅଭିନେତା ବିକି କୌଶଲଙ୍କ ସହ ତାଙ୍କ ବିବାହ ହୋଇଥିଲା। ହେଲେ ଏବେ ବିକିଙ୍କ ବଦଳରେ ଅଭିନେତା ହ୍ରିତିକ୍‌ ରୋଶନଙ୍କୁ ପ୍ରଶଂସା କରୁଛନ୍ତି କ୍ୟାଟ୍‌।
ସେ ହ୍ରିତିକ୍‌ ଲକ୍‌କୁ ଦେଖି ଦିଓ୍ବାନା ହୋଇଯାଇଛନ୍ତି। ତେବେ ହ୍ରିତିକ୍‌ଙ୍କ ଲୁକ୍‌ ଆଉ ଡ୍ୟାନ୍ସକୁ ପସନ୍ଦ କରୁଥିବା ଲୋକଙ୍କ ତାଲିକା ବେଶ ଲମ୍ବା। ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି କ୍ୟାଟ୍ରିନା। ହ୍ରିତିକ୍‌ ତାଙ୍କର ଏକ ବିଜ୍ଞାପନ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ହେଲେ ଏହି ବିଜ୍ଞାପନକୁ ଦେଖି ତାଙ୍କ ଲୁକ୍‌ରେ କ୍ୟାଟ୍ରିନା ଫିଦା ହୋଇଯାଇଛନ୍ତି। ସେ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଲଭିଂ ଦିସ ବିୟର୍ଡ ଭାଇବ୍‌’। ହ୍ରିତିକ୍‌ଙ୍କୁ କ୍ୟାଟ୍ରିନାଙ୍କ ଏଭଳି ପ୍ରଶଂସା ଦେଖି ବିକି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ହ୍ରିତିକ୍‌ଙ୍କ ଏହି ଲୁକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share