କ୍ୟାଟ୍ରିନାଙ୍କ ବୋଲ୍ଡ ଅନ୍ଦାଜ୍‌

ଅଭିନେତା ବିକି କୌଶଲଙ୍କ ସହ ବିବାହ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କାମକୁ ଫେରିଛନ୍ତି। ଆଜିକାଲି ସେ ମାଳଦ୍ୱୀପରେ ଏକ ବ୍ରାଣ୍ଡ ପାଇଁ ଶୁଟିଂ କରୁଛନ୍ତି। ଏଠାରୁ ସେ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ନିଜର ଫଟୋ ଶେୟାର କରୁଛନ୍ତି। ନିକଟରେ ସେ ବିକିନରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକରେ ତାଙ୍କ ବୋଲ୍ଡ ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।
କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ନୀଳ ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସିଛନ୍ତି। ସେ ବିକିନି ଉପରେ ଏକ ଧଳା ଶର୍ଟ ପିନ୍ଧିଛନ୍ତି। ଫଟୋ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଦିନେ ସମୁଦ୍ର। ଏହି ଫଟୋଗୁଡ଼ିକ ମାତ୍ର ୧ ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ଲାଇକ ପାଇଛି।
କିଛି ଦିନ ପୂର୍ବେ କ୍ୟାଟ୍ରିନା ସ୍ବାମୀ ବିକି କୌଶଲଙ୍କୁ ଭେଟିବାକୁ ମଧ୍ୟପ୍ରଦେଶର ଇନ୍ଦୋର ଯାଇଥିଲେ। ସେଠାରେ ବିକି ତାଙ୍କ ନୂଆ ଫିଲ୍ମ ପାଇଁ ଶୁଟିଂ କରୁଛନ୍ତି। କ୍ୟାଟ୍ରିନା ଡିସେମ୍ବର ୯, ୨୦୨୧ରେ ରାଜସ୍ଥାନର ସୱାଇ ମାଧୋପୁରରେ ବିକିଙ୍କୁ ବିବାହ କରିଥିଲେ। କ୍ୟାଟ୍ରିନା ଆଗାମୀ ଫିଲ୍ମ ‘ଟାଇଗର-୩’ରେ ନଜର ଆସିବେ। ଏଥିରେ ସେ ସଲମାନ ଖାନ ଏବଂ ଇମ୍ରାନ ହାସମିଙ୍କ ସହ ସ୍କ୍ରିନ ଶେୟାର କରିବେ।

Share