ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ କଟ୍ରିନାଙ୍କ ସାନ ଯା’; ଉଡାଇସାରିଛନ୍ତି ସୈଫଙ୍କ ହୋସ୍‌…

ବମ୍ବେ: ନିକଟରେ ହାତକୁ ଦୁଇ ହାତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ଉଭୟ ଏବେ ହନିମୁନ୍‌ରୁ ଫେରି ନିଜ ନିଜ କାମକୁ ଫେରିଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଭିକ୍କିଙ୍କ ଭାଇ ତଥା କଟ୍ରିନାଙ୍କ ଦିଅର ସନି କୌଶଲ ଏବଂ ତାଙ୍କ କଥିତ ପ୍ରେମିକା ଶାରବରୀ ବାଘ ଖବର ଶିରୋନାମା ପାଲଟିଛନ୍ତି।

କିଛି ଦିନ ପୂର୍ବେ ରିଲିଜ ହୋଇଥିବା ଫିଲ୍ମ ‘ସିଦ୍ଦତ’ ଜରିଆରେ ଡେବ୍ୟୁ କରିଥିଲେ ସନି। ସେହିଭଳି ପ୍ରେମିକା ଶାରବରୀ ଫିଲ୍ମ ‘ବଣ୍ଟି ଔର ବବଲି ୨’ରୁ ଡେବ୍ୟୁ କରିଥିଲେ। ଉଭୟ ନିଜ ନିଜ ଫିଲ୍ମରେ ଜବରଦସ୍ତ କାମ କରିଛନ୍ତି।

କଟ୍ରିନାଙ୍କ ସାନ ଯା’ ଶାରବରୀ ବୋଲ୍ଡ ଲୁକ୍‌କୁ ନେଇ ଖ୍ୟାତ। ନିଜର ସୋସିଆଲ ଆକାଉଣ୍ଟରେ ସେ ନିଜର ଫଟୋ ଶେୟାର କରି ପ୍ରଶଂସକଙ୍କ ନିଦ ହଜାଇଥାନ୍ତି। ଫିଲ୍ମ ‘ବଣ୍ଟି ଔର ବବଲି’ରେ ବିକିନି ପିନ୍ଧି କରିନା କପୁରଙ୍କ ସ୍ବାମୀ ସୈଫ ଅଲ୍ଲୀ ଖାନଙ୍କ ହୋସ୍‌ ଉଡାଇ ସାରିଛନ୍ତି ଶାରବରୀ।

ତେବେ ବ୍ୟକ୍ତିଗତ ଜୀବନ ଦେଖିଲେ ଶାରବରୀ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀ। ୧୯୯୬ ଜୁନ ୧୪ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ବଲିଉଡ୍‌ରେ ସୁଯୋଗ ପାଇବାକୁ ବହୁତ ସଂଘର୍ଷ କରିଛନ୍ତି। ଶେଷରେ ସେ ନିଜର ପରିଚୟ ପାଇବାରେ ସଫଳ ହୋଇଛନ୍ତି।

Share