ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ କଟ୍ରିନାଙ୍କ ସାନ ଯା’; ଉଡାଇସାରିଛନ୍ତି ସୈଫଙ୍କ ହୋସ୍‌…

ବମ୍ବେ: ନିକଟରେ ହାତକୁ ଦୁଇ ହାତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ଉଭୟ ଏବେ ହନିମୁନ୍‌ରୁ ଫେରି ନିଜ ନିଜ କାମକୁ ଫେରିଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଭିକ୍କିଙ୍କ ଭାଇ ତଥା କଟ୍ରିନାଙ୍କ ଦିଅର ସନି କୌଶଲ ଏବଂ ତାଙ୍କ କଥିତ ପ୍ରେମିକା ଶାରବରୀ ବାଘ ଖବର ଶିରୋନାମା ପାଲଟିଛନ୍ତି।

କିଛି ଦିନ ପୂର୍ବେ ରିଲିଜ ହୋଇଥିବା ଫିଲ୍ମ ‘ସିଦ୍ଦତ’ ଜରିଆରେ ଡେବ୍ୟୁ କରିଥିଲେ ସନି। ସେହିଭଳି ପ୍ରେମିକା ଶାରବରୀ ଫିଲ୍ମ ‘ବଣ୍ଟି ଔର ବବଲି ୨’ରୁ ଡେବ୍ୟୁ କରିଥିଲେ। ଉଭୟ ନିଜ ନିଜ ଫିଲ୍ମରେ ଜବରଦସ୍ତ କାମ କରିଛନ୍ତି।

କଟ୍ରିନାଙ୍କ ସାନ ଯା’ ଶାରବରୀ ବୋଲ୍ଡ ଲୁକ୍‌କୁ ନେଇ ଖ୍ୟାତ। ନିଜର ସୋସିଆଲ ଆକାଉଣ୍ଟରେ ସେ ନିଜର ଫଟୋ ଶେୟାର କରି ପ୍ରଶଂସକଙ୍କ ନିଦ ହଜାଇଥାନ୍ତି। ଫିଲ୍ମ ‘ବଣ୍ଟି ଔର ବବଲି’ରେ ବିକିନି ପିନ୍ଧି କରିନା କପୁରଙ୍କ ସ୍ବାମୀ ସୈଫ ଅଲ୍ଲୀ ଖାନଙ୍କ ହୋସ୍‌ ଉଡାଇ ସାରିଛନ୍ତି ଶାରବରୀ।

ତେବେ ବ୍ୟକ୍ତିଗତ ଜୀବନ ଦେଖିଲେ ଶାରବରୀ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀ। ୧୯୯୬ ଜୁନ ୧୪ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ବଲିଉଡ୍‌ରେ ସୁଯୋଗ ପାଇବାକୁ ବହୁତ ସଂଘର୍ଷ କରିଛନ୍ତି। ଶେଷରେ ସେ ନିଜର ପରିଚୟ ପାଇବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

ଖୁସି ଖବର ଦେଲେ ଗୋବିନ୍ଦା: ୭ ବର୍ଷ ପରେ…

‘ହିରୋ ନମ୍ବର ୧’ ଗୋବିନ୍ଦା ପୁଣି ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ସେ ‘ରୂପା’ ଚଳଚ୍ଚିତ୍ରରେ ନଜର ଆସିବେ। ଗୋବିନ୍ଦା ନିଜେ ଏହି ପ୍ରୋଜେକ୍ଟ ଘୋଷଣା…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri