ଭିକ୍କିଙ୍କ ସହ ପ୍ରଥମ ଜନ୍ମଦିନ ପାଳିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ସୁନ୍ଦରୀ ତଥା ମୋଷ୍ଟ ଟ୍ୟାଲେଣ୍ଟେଡ ଆକ୍ଟ୍ରେସ କ୍ୟାଟ୍ରିନା କୈଫ ୧୬ ଜୁଲାଇ ୨୦୨୨ରେ ପାଳନ କରୁଛନ୍ତି ତାଙ୍କ ୩୯ ତମ ଜନ୍ମଦିନ । ଭିକ୍କି କୌଶଲଙ୍କ ସହ ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ । ଏବେ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଏଥର ଜନ୍ମଦିନରେ ଭିକ୍କି ପତ୍ନୀ କ୍ୟାଟ୍ରିନାଙ୍କ ପାଇଁ କ’ଣ ପ୍ଲାନ କରିଛନ୍ତି ।
ତେବେ କ୍ୟାଟ ପତି ଭିକ୍କିଙ୍କ ସହ ଜନ୍ମଦିନ ପାଳନକୁ ନେଇ ଖୁକ ଏକ୍ସାଇଟେଡ ଥିବା କୁହାଯାଉଛି । ଏମାନେ ଗୋଟଏ ଦିନ ପୂର୍ବରୁ ଅର୍ଥାତ୍ ୧୫ ଜୁଲାଇରେ ମାଲଦ୍ୱିପରେ ପହଞ୍ଚି ଯାଇଛନ୍ତି । ଏଥରର ଜନ୍ମଦିନ କ୍ୟାଟଙ୍କ ପାଇଁ ସ୍ୱତନ୍ତ୍ର ହେବ ବୋଲି କୁହାଯାଉଛି । କାରଣ ଭିକ୍କି ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । ଏମାନଙ୍କ ସହ ଭିକ୍କିଙ୍କ ଭାଇ ତଥା ଅଭିନେତା ସନି କୌଶଲ ଓ ଅଭିନେତ୍ରୀ ଶରବରୀ ବାଘ ବି ମାଲଦ୍ୱିପରେ ପହଞ୍ଚି ଯାଇଛନ୍ତି । ସନି ଓ ଶରବରୀ ଉଭୟଙ୍କୁ ଡେଟ କରୁଥିବା ଆଲୋଚନା ହେଉଛି । ଏହାସହ ଫିଲ୍ମ ନିର୍ମାତା କବିର ଖାଁ ବି ଏହି ସେଲିବ୍ରେଶନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share