ବଲିଉଡ୍‌ ଅଭିନେତାଙ୍କଠାରୁ କମ୍‌ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍‌କୁ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି ପାଖେ ପାଖେ ଥାନ୍ତି ତାଙ୍କ ବଡିଗାର୍ଡ ଦୀପକ ସିଂହ। ଅଭିନେତ୍ରୀଙ୍କ ପରି ସେ ମଧ୍ୟ ବେଶ ଲୋକପ୍ରିୟ। ଛାଇ ଭଳି ସେ କଟ୍ରିନାଙ୍କ ସହ ରହିଥାନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ଉଚ୍ଚତା ଥିବାରୁ ଅନେକ ଥର ସେ ମଡେଲ କିମ୍ବା ଅଭିନେତା ହୋଇଥାଇପାରନ୍ତି ବୋଲି ଅନେକେ ଭାବନ୍ତି। ତାଙ୍କୁ ଅନେକ ଫିଲ୍ମନିର୍ମାତା, ଡିଜାଇନର, ଅଭିନେତା ଏବଂ କୋରିଓଗ୍ରାଫର ଫିଲ୍ମର ଅଫର ମଧ୍ୟ ଦେଇଛନ୍ତି। ହେଲେ ସେ ଚଳଚ୍ଚିତ୍ରରେ କାମ କରିବାକୁ ଚାହାନ୍ତି ନାହିଁ।

ଦୀପକ ଜଣେ ବାୟୁ ସେନା ଅଫିସରଙ୍କ ପୁଅ। ପ୍ରଥମରୁ ସେ ବଡିଗାର୍ଡ ହେବାକୁ ଚାହୁଁ ନ ଥିଲେ। ୧୯୯୯ରେ ପାଠପଢ଼ା ସାରିବା ପରେ ସେ କ୍ରିକେଟର ହେବାକୁ ଚାହୁଁଥିଲେ। ମୁମ୍ବାଇରେ ସେ ଏକ କ୍ରିକେଟ କ୍ୟାମ୍ପରେ ଯୋଗଦେବାକୁ ଆସିଥିଲେ। ହେଲେ ଭିଣୋଇ ତାଙ୍କୁ ଅଭିନେତା ରୋନିତ ରାୟଙ୍କ ସିକ୍ୟୁରିଟି ଏଜେନ୍ସିରେ ଚାକିରି କରାଇ ଦେଇଥିଲେ।

କଟ୍ରିନାଙ୍କୁ ଛାଡ଼ିଲେ ଦୀପକ ସଲମାନ ଖାନ୍‌, ମାଧୁରୀ ଦିକ୍ଷିତ, ଜ୍ୟାକ୍‌ଲିନ୍‌ ଫର୍ନାଡିଜ, ପ୍ୟାରିସ ହିଲଟନ୍‌,ଅନିଲ କପୁର, ରଣବୀର ସିଂହ ଏବଂ ଦୀପିକା ପାଦ୍ୟୁକୋନ ବଡିଗାର୍ଡ ରହିଛନ୍ତି। ସେ ଏବେ ବିବାହ କରିସାରିଛନ୍ତି। ତାଙ୍କର ଏକ ଝିଅ ଅଛି। ସୋସିଆଲ ମିଡିଆରେ ନିଜ ପରିବାର ସହ ଫଟୋ ଛାଡ଼ିଥାନ୍ତି।

Share